www.samajalive.in
Sunday, December 7, 2025
26.1 C
Bhubaneswar

ନିଜ ମଜୁରୀରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ନରେଗା ଶ୍ରମିକ

ବଡ଼ସାହି: ପ୍ରାଣଘାତୀ ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ଅର୍ନ୍ତଜାତୀୟ ବିପତ୍ତି। ଦେଶ ଓ ବିଦେଶର ବହୁରାଷ୍ଟ୍ରର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଥିବା ବେଳେ ରଜ୍ୟ ତଥା ଦେଶ ପାଇଁ ନିଜ ମଜୁରୀରୁ ଏକାଠି କରି କିଛି ଦାନ କରି ଉଦହାରଣ ସାଜିଛନ୍ତି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତ ଯୋଜନା (ଏମଜିଏନଆରଇଜିଏ ବା ନରେଗା)ର ଶ୍ରମିକଗଣ। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ, ବୀରେଶ୍ୱରପୁର ଗ୍ରାମପଞ୍ଚାୟତର ଜି-ବେଲପାଳ(ଚହଲାପଦା) ଗ୍ରାମର ଏହି ଶ୍ରମିକ ଗଣ ତାଲାବନ୍ଦ ଘୋଷଣା ପରେ କାର୍ଯ୍ୟ ନକରି ଘରେ ବସି ରହିଥିଲେ। ତେବେ ସରକାରଙ୍କ ତାଲାବନ୍ଦ କୋହଳ ଘୋଷଣା ପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରି ଏମଜିଏନଆରଇଜିଏ କାର୍ଯ୍ୟ କରିବା ଆଦେଶ ଆସିବା ପରେ ଏହି ଗ୍ରାମରେ ବନବିଭାଗ ପକ୍ଷରୁ ୫ଲକ୍ଷ ଟଙ୍କା ଅଟକଳରେ ଅଧପନ୍ତରିଆ ରହିଥିବା ପୋଖରୀ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରୁ ଗ୍ରାମର ୭୦ ପରିବାରର ଜବକାର୍ଡ଼ଧାରୀ ଶ୍ରମିକ ଭାଇଭଉଣୀ କାମ କରି ନିଜ ପାଇଁ ପାରିଶ୍ରମିକ ପାଇଥିଲେ। ଏହି ପାରିଶ୍ରମିକରୁ ସେମାନେ ଦାନରାଶି ଏକାଠି କରି ୧୦ହଜାର ୨୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରଛନ୍ତି।

ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସହାୟତାରେ ଶ୍ରମିକଙ୍କ ୨ଜଣ ପ୍ରତିନିଧି ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଜିଲାପାଳ ସମସ୍ତ ଶ୍ରମିକ ଭାଇଭଉଣୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିବା ବେଳେ ବଡ଼ସାହି ବିଡ଼ିଓ ଦିଲ୍ଲିପ କୁମାର ମହାରଣା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ବେଣୁଧର ସାହୁ ମଧ୍ୟ ସେମାନଙ୍କର ମହାନତା ପାଇଁ ପ୍ରଶଂସା କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories