www.samajalive.in
Sunday, December 7, 2025
26.1 C
Bhubaneswar

ମାଡ଼ି ଆସୁଛି ଗ୍ରହାଣୁପିଣ୍ଡ, ପୃଥିବୀକୁ ପ୍ରାୟ ୩.୯ ନିୟୁତ ମାଇଲ୍‌ ଦୂରରେ କରିବ ଅତିକ୍ରମ

ୱାଶିଂଟନ : ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଭରେଷ୍ଟ ଶୃଙ୍ଗ ଭଳି ଗ୍ରହାଣୁପିଣ୍ଡ। ଏହା ୨୯ ଏପ୍ରିଲ୍‌ ୨୦୨୦ରେ ପୃଥିବୀ ନିକଟବର୍ତ୍ତୀ ହେବ। ଏହାର ନାମ ଗ୍ରହାଣୁ(୫୨୭୬୮) ୧୯୯୮ ଓଆର୍୦୨, ଯାହାକୁ ୧୯୯୮ ମସିହାରେ ଆବିଷ୍କାର କରାଯାଇଥିଲା। ଏପ୍ରିଲ୍ ୨୯ ତାରିଖ ଭାରତୀୟ ସମୟ ଅପରାହ୍ଣ ୦୪:୨୮ରେ ଏହା ପୃଥିବୀର ସବୁଠାରୁ ନିକଟତର ହେବ। ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଏପ୍ରିଲ୍‌ ୨୯ରେ ଧକ୍କା ଦେବ। ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ଫଳରେ ପୃଥିବୀରେ ଡାଏନୋସୋରସ୍‌ ବଂଶ ଧ୍ୱଂସ ହୋଇଯାଇଥିଲା ଏବଂ ଏବେ ଏହାର ପୁନରାବୃର୍ତ୍ତି ହେବ ବୋଲି ଗୁଜବ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି ହୋଇଛି। ତେବେ ଏହି ଗୁଜବ ସମ୍ପୂର୍ଣ୍ଣ ମିଛ ବୋଲି ରାଷ୍ଟ୍ରୀୟ ବୈଜ୍ଞାନିକ ଏବଂ ଅନ୍ତରୀକ୍ଷ ପ୍ରଶାସନ (ନାସା)ର ମହାକାଶବିଜ୍ଞାନୀ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଗ୍ରହଣୁପିଣ୍ଡ ପୃଥିବୀ ଆଡ଼କୁ ମାଡ଼ି ଆସୁଥିଲେ ମଧ୍ୟ ତହା ପୃଥିବୀକୁ ଧକ୍କା ଦେବ ନାହିଁ। ଉକ୍ତ ଗ୍ରହାଣୁପିଣ୍ଡ ପୃଥିବୀକୁ ପ୍ରାୟ ୩.୯ ନିୟୁତ ମାଇଲ୍‌ ଦୂରରେ ଅତିକ୍ରମ କରିବ ଏବଂ ଏହି ସମୟରେ ଏହାର ଘଣ୍ଟାପ୍ରତି ବେଗ ୩୧, ୩୨୦ କିଲୋମିଟର ରହିବ। ତେବେ ୫୯ ବର୍ଷ ପରେ ଅର୍ଥାତ୍‌ ୨୦୭୯ ଏପ୍ରିଲ ୧୬ରେ ଏହା ମାତ୍ର ଏକ ନିୟୁତ ମାଇଲ୍‌ ଦୂରରେ ପୃଥିବୀକୁ ଅତିକ୍ରମ କରିବ ଏବଂ ସେତେବେଳେ ହୁଏତ ସଙ୍କଟ ସୃଷ୍ଟି ହୋଇପାରେ। ଏହି ଗ୍ରହାଣୁପିଣ୍ଡ ୧୩୪୪ ଦିନରେ ଥରେ ସୂର୍ଯ୍ୟକୁ ପରିକ୍ରମଣ କରିଥାଏ। ପୃଥିବୀ ସହିତ କୌଣସି ଗ୍ରହାଣୁପିଣ୍ଡ ଧକ୍କା ହେବା ଘଟଣା ପ୍ରାୟ ୨୦ ନିୟୁତ ବର୍ଷରେ ଥରେ ଘଟିଥାଏ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories