www.samajalive.in
Sunday, December 7, 2025
13.1 C
Bhubaneswar

ଜାତୀୟ ପଞ୍ଚାୟତିରାଜ ଦିବସରେ ଇ-ଗ୍ରାମ ସ୍ୱରାଜ ଆପ ଏବଂ ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଶୁକ୍ରବାର ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ସମ୍ବୋଧିତ କରିଛନ୍ତି। ମହାମାରୀ କରୋନା ଭାଇରସକୁ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ କିଭଳି ବ୍ୟବସ୍ଥା ରହିଛି ସେନେଇ ସରପଞ୍ଚମାନଙ୍କ ସହ ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗ୍ରାମାଞ୍ଚଳ ପାଇଁ ଦୁଇଟି ବଡ଼ ପ୍ରୋଜେକ୍ଟ ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ଆପ୍‌  ସହିତ ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ଆପରେ ପଞ୍ଚାୟତମାନଙ୍କୁ ମିଳୁଥିବା ସମସ୍ତ ଆର୍ଥିକ ସୁବିଧାର ବିବରଣୀ ରହିବ। ଏଥିସହିତ ଗ୍ରାମ ପଞ୍ଚାୟତଗୁଡ଼ିକ କଣ ସବୁ କାମ କରୁଛନ୍ତି ସେନେଇ ମଧ୍ୟ ଏହି ଆପରେ ବିବରଣୀ ରହିବ।  ଯାହାଫଳରେ ଗ୍ରାମପଞ୍ଚାୟତଗୁଡ଼ିକ ନିଜର ପାରଦର୍ଶିତା ଦେଖାଇପାରିବେ ଏବଂ ପଞ୍ଚାୟତର ସମସ୍ତ ନାଗରିକ ନିଜ ପଞ୍ଚାୟତରେ କଣ କାମ ହେଉଛି ତହାର ସମସ୍ତ ବିବରଣୀ ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଗତ ୫-୬ ବର୍ଷ ପୂର୍ବେ ଦେଶର ୧୦୦ ଟି ପଞ୍ଚାୟତ ବ୍ରଡବ୍ୟାଣ୍ଡ ସହିତ ସଂଯୁକ୍ତ ଥିଲା, କିନ୍ତୁ ଆଜି ଏହି ସୁବିଧା ୧.୨୫ ଲକ୍ଷ ପଞ୍ଚାୟତରେ ପହଞ୍ଚିଛି। ଗ୍ରାମାଞ୍ଚାଳରେ ବ୍ରଡବ୍ୟାଙ୍କ ସୁବିଧା ଉପଲବ୍ଧ ହେବାଦ୍ବାରା ଲୋକମାନଙ୍କ ପାଖରେ ୱେବସାଇଟ୍ ମାଧ୍ୟମରେ ସୂଚନା ପହଞ୍ଚିବା ଏବଂ ଗାଁକୁ ସାହାଯ୍ୟ କରିବା ତ୍ୱରାନ୍ୱିତ ହେବ।

ସେହିଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଟି ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ ମଧ୍ୟ କରିଛନ୍ତି । ପରେ ଏହା ଭାରତର ସବୁ ରାଜ୍ୟରେ ଆରମ୍ଭ କରାଯିବ । ଏହି ସ୍ବାମୀତ୍ଵ ଆପ୍ ଫଳରେ ପଞ୍ଚାୟତକୁ ଡିଜିଟାଲକରଣ କରାଯିବା ସହ ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ସଂପତ୍ତିର ମ୍ୟାପିଂ କରାଯିବ । ଯାହା ଫଳରେ ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତ୍ତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ସହର ପରି ଆପଣ ଗାଁରେ ବି ସ୍ୱାମୀତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories