www.samajalive.in
Sunday, December 7, 2025
14.1 C
Bhubaneswar

ନାବାଳକ ଛେଳି ଚରାଳିକୁ ବିଦ୍ୟାଳୟରେ ରଖିଲା ପ୍ରଶାସନ

ପାଟଣା : କେନ୍ଦୁଝର ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଘରୋଇ ଛେଳି ଚରାଳି ଭାବେ ରହିଥିବା ଜଣେ ୧୦ ବର୍ଷର ନାବାଳକକୁ ଘର ମାଲିକ ବାହାର କରିଦେବା ପରେ ଆଜି ଏହି ନାବାଳକକୁ ଅସହାୟ ଅବସ୍ଥାରେ ପାଟଣା ବ୍ଲକ୍ ବାଉଁଶୁଳି ଛକରେ ଦେଖିବାକୁ ମିଳିଥିଲା। ଖବର ପାଇ ବାଉଁଶୁଳି ସରପଞ୍ଚ କ୍ଷେତ୍ରବାସୀ ନାଏକ ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ବାଉଁଶୁଳି ଛକକୁ ଆସିବା ପରେ ପିଲାଟିର ଭଲମନ୍ଦ ପଚାରି ବୁଝିଥିଲେ। ନାବାଳକ ଜଣକ ଢେଙ୍କାନାଳ  ଜିଲ୍ଲା କଙ୍କଡ଼ାହାଡ଼ ନିକଟ କାଳିମାଟି ଗ୍ରାମର ବୋଲି ଜଣାପଡିଛି। ଘର ମାଲିକ ତାଙ୍କୁ ଘରୁ ବାହାର କରିଦେବାରୁ ସେ ଗତ କାଲି ଠାରୁ ଚାଲି ଚାଲି ଆସି ବାଉଁଶୁଳିରେ ଆସି ପହଞ୍ଚିଛି ବୋଲି କହିଥିଲା। ଏନେଇ ସରପଞ୍ଚ ପାଟଣା ବି.ଡି.ଓ ଙ୍କ ସହ ଯୋଗାଯୋଗ କରିବା ପରେ ବି.ଡି.ଓ ଙ୍କ ନିର୍ଦ୍ଦେଶରେ ନାବାଳକ ଜଣଙ୍କୁ ବାଉଁଶୁଳିର ଏକ ବିଦ୍ୟାଳୟରେ ରଖାଯାଇଛି। ପଞ୍ଚାୟତ ତରଫରୁ ଲକ୍ ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ ଖାଇବାକୁ ଦିଆଯିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories