ଭୁବନେଶ୍ବର (ବ୍ୟୁରୋ) : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ବାଲେଶ୍ବରରୁ ଠାବ ରାଜ୍ୟର ୬୧ ନମ୍ବର ସଂକ୍ରମିତ ପାଞ୍ଚ ଜଣଙ୍କୁ କରୋନା ବାଣ୍ଟିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ୧୨ ଜଣ ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟରୁ ଏହା ଆଲୋକକୁ ଆସିଛି । ରାଜ୍ୟର ୭୫, ୭୬, ୭୭,୭୮, ୭୯ ନମ୍ବର ସଂକ୍ରମିତଙ୍କ ପାଖକୁ ୬୧ ନମ୍ବରଙ୍କଠାରୁ କରୋନା ସଂକ୍ରମିତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୭୫ ତମସଂକ୍ରମିତ ଜଣେ ମହିଳା, ତାଙ୍କ ବୟସ ୩୪ ବର୍ଷ। ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ୭୬ ତମ ସଂକ୍ରମିତ ବାଲେଶ୍ବରର ନେଳିଆବାଗ ଅଞ୍ଚଳର ୩୮ ବର୍ଷୀୟ ବ୍ୟକ୍ତି। ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ୭୭ ତମ ୧୨ ବର୍ଷର ବାଳକଟି ମଧ୍ୟ ନେଳିଆବାଗ ଅଞ୍ଚଳର । ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ୭୮ ତମ ସଂକ୍ରମିତଙ୍କ ବୟସ ୨୬ ବର୍ଷ । ସେ ୬୧ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ୭୯ ତମ ସଂକ୍ରମିତ ୩୪ ବର୍ଷୀୟ ମହିଳା ମଧ୍ୟ ୬୧ ନମ୍ବରଙ୍କ ସଂସ୍ପର୍ଶରେ ଆସିଥିଲେ । ଏମାନଙ୍କ ନମୁନା ପଜିଟିଭ୍ ଆସିବା ପରେ ସେମାନଙ୍କୁ କଟକସ୍ଥିତ ଅଶ୍ବିନୀ କୋବିଦ ହସ୍ପିଟାଲରେ ଭର୍ତି କରାଯାଇଛି ।

ଅନ୍ୟପକ୍ଷରେ ୭୪ ତମ କୋଭିଡ୍-୧୯ ପଜିଟିଭ୍ ଦଶରଥପୁର ବ୍ଲକର ବିରଜାପୁର ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକ। ମାର୍ଚ୍ଚ ୨୯ ତାରିଖରେ ପାସେଞ୍ଜର ଗାଡିରେ ଅନ୍ୟ ୧୧ ଜଣଙ୍କ ସହ ଯାଜପୁର ଆସିଥିଲେ। ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିବା ପରେ ସେହିଦିନ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୦ ତମ କୋଭିଡ-୧୯ ପଜିଟିଭ୍ ଯାଜପୁର କୋରେଇ ଅଞ୍ଚଳର। ତାଙ୍କ ବୟସ ୫୦ ବର୍ଷ (ପୁରୁଷ)। ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୮ ତାରିଖରେ ପାସେଞ୍ଜର ଗାଡିରେ ୨୮ ଜଣଙ୍କ ସାଙ୍ଗରେ କୋଲକାତାରୁ ଯାଜପୁର ଆସିଥିଲେ । ମାର୍ଚ୍ଚ ୩୧ ତାରିଖରେ ସ୍ଥାନୀୟ ସିଏଚ୍ସି ହସ୍ପିଟାଲରେ ବ୍ୟକ୍ତି ଜଣଙ୍କ ନିଜ ନାଁ ପଞ୍ଜିକରଣ କରିଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୭୧ ତମ କୋଭିଡ-୧୯ ପଜିଟିଭ୍ ଯାଜପୁର ସଦର ବ୍ଲକର ବେହେରାପାଟଣା ଅଞ୍ଚଳର ଜଣେ ଯୁବକ । ସେ ୨୯ ମାର୍ଚ୍ଚରେ ୧୧ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ । ମାର୍ଚ୍ଚ ୩୦ରେ ଜିଲ୍ଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାଁ ପଞ୍ଜିକରଣ କରିଥଲେ । ଜ୍ବର ହେବାରୁ ୧୫ରୁ ୨୦ ପର୍ଯ୍ୟନ୍ତ ସେ ଜିଲ୍ଳା ହସ୍ପିଟାଲରେ ଏକାନ୍ତବାସରେ ଥିଲେ। ୨୦ରେ ତାଙ୍କ ନମୁନା ପଜିଟିଭ ଆସିଥିଲା । ୭୨ ତମ କୋଭିଡ-୧୯ ପଜିଟିଭ୍, ୬୪ ବର୍ଷୀୟ ପୁରୁଷ, ଘର ଯାଜପୁର ବାସୁଦେବପୁର । ସେ ମାର୍ଚ୍ଚ ୨୦ ତାରିଖରେ ୨ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ । ଏପ୍ରିଲ ୨୦ରେ ତାଙ୍କ ନମୁନା ପଜିଟିଭ ଆସିବା ପରେ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ୭୩ ତମ କୋଭିଡ୍-୧୯ ପଜିଟିଭ୍ ବାସୁଦେବପୁର ଅଞ୍ଚଳର । ବୟସ ୫୮ ବର୍ଷ ( ପୁରୁଷ) । ସେ ମାର୍ଚ୍ଚ ୨୯ ତାରିଖରେ ୨ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ । ଏପ୍ରିଲ ୧୭ ତାରିଖରେ ଗାଁରେ ଥିବା ପିଡିଏସ୍ ରିଟେଲର ଯାଇଥିଲେ, ପୁଣି ୨୦ ତାରିଖରେ ଗାଁରେ ୨୦ ଜଣ ସାଙ୍ଗଙ୍କ ସହ ତାସ୍ ଖେଳିଥିଲେ। ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିଥିଲା । ୮୦ ତମ କୋଭିଡ-୧୯ ପଜିଟିଭ୍ ଭଦ୍ରକ ବାସୁଦେବପୁର ବ୍ଲକର ଲୁଙ୍ଗା ଅଞ୍ଚଳର । ତାଙ୍କ ବୟସ ୫୫ ବର୍ଷ । ସେ ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଶିଥିଲେ । ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୩୦ ତାରିଖରେ ପାସେଞ୍ଜର ଗାଡିରେ ଅନ୍ୟ ୧୫ ଜଣଙ୍କ ସହ କୋଲକାତାରୁ ଭଦ୍ରକରେ ଦିନ ୨ଟାରେ ପହଞ୍ଚିଥିଲେ। ୮୧ ତମ ସଂକ୍ରମିତ ମଧ୍ୟ ବାସୁଦେବପୁର ବ୍ଳକର ନନ୍ଦନପୁର ଅଞ୍ଚଳର। ତାଙ୍କ ବୟସ ୩୫ ବର୍ଷ । ସେ ମଧ୍ୟ ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଳାମିଶା କରିଥିଲେ । ୨୧ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ୮୨ ତମ ସଂକ୍ରମିତ ବାସୁଦେବପୁର ବ୍ଳକର ବନ୍ଧସାହି ଅଞ୍ଚଳର ୪୦ ବର୍ଷ ବୟସ୍କ ଯୁବକ । ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଳାମିଶା କରିଥିଲେ ।



