www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ଶହେ ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟ ହେଉଛନ୍ତି ୧୯ ଜଣ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ୍‍-୧୯ରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ଆରୋଗ୍ୟ ହାର ଶତକଡ଼ା ୧୯ଦଶମିକ୍‍ ୩/୬ ଭାଗ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସୁଦ୍ଧା ୩ହଜାର ୮୭୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୧ହଜାର ୩୮୩ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ଖବର ମିଳିଛି। ମନ୍ତ୍ରଣାଳୟ କହିଛି, ଦେଶରେ ବର୍ତ୍ତମାନ ୧୯ହଜାର ୯୮୪ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୫୦ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ – ଆଇସିଏମଆର ର‍୍ୟାପିଡ୍‍ ଆଣ୍ଟିବଡି ଟେଷ୍ଟପାଇଁ ରାଜ୍ୟଗୁଡ଼ିକୁ ନିୟମାବଳୀ ଜାରି କରିଛି।

ମନ୍ତ୍ରଣାଳୟ କହିଛି, ଆଣ୍ଟିବଡି ର‍୍ୟାପିଡ୍‍ ଟେଷ୍ଟ୍‍ ବିଶେଷ କରି ତଦାରଖ ଉଦ୍ଦେଶ୍ୟରେ କରାଯାଇଥାଏ। ଏହି ପରୀକ୍ଷା ବ୍ୟବସ୍ଥା ସମଗ୍ର ବିଶ୍ୱରେ ଗ୍ରହଣ କରାଯାଉଛି ଓ ବର୍ତ୍ତମାନ ଏହାକୁ ଜଣେ ବ୍ୟକ୍ତିଙ୍କ ଶରୀରର ପ୍ରତିରୋଧକ ଶକ୍ତି ଜାଣିବା ପାଇଁ ବ୍ୟବହାର କରାଯାଉଛି। ପରୀକ୍ଷାର ଫଳାଫଳ ପରୀକ୍ଷା କରାଯାଉଥିବା ଅଞ୍ଚଳ ଉପରେ ନିର୍ଭର କରେ। ଆଇସିଏମଆର କହିଛି, ଏହି ପରୀକ୍ଷା କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ବିଷୟରେ ଜାଣିବା ପାଇଁ କରାଯାଉଥିବା RT-PCR ପରୀକ୍ଷାର ଏକ ବିକଳ୍ପ ନୁହେଁ। ଏ ସଂକ୍ରାନ୍ତରେ ଆଇସିଏମଆର ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ଜାରି ରଖିବ। ମନ୍ତ୍ରଣାଳୟ କହିଛି, ଏହି ପରୀକ୍ଷା କରିବା ପାଇଁ ଥିବା ନିୟମାବଳୀଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories