www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରବାସୀ ଓଡିଆ ଫେରନ୍ତାଙ୍କ ପାଇଁ କଟକଣା : ବିନା ପଞ୍ଜିକରଣରେ ଗାଁ ମନା

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି ବାହାର ରାଜ୍ୟରୁ ଫେରିଥିବା ଓଡିଆ। ଲକଡାଉନା କଟକଟା କୋହଳ ହେବାପରେ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଓଡିଆ ଆସିବାକୁ ଥିବା ବେଳେ ସଂକ୍ରମଣ ରୋକିବାକୁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ବାହାରୁ ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକଙ୍କୁ ପଞ୍ଜିକରଣ କରିବାକୁ ପଡିବ। ବିନା ପଞ୍ଜିକରଣରେ ଗାଁକୁ ଫେରିପାରିବେ ନାହିଁ ବୋଲି କଡା ନିର୍ଦେଶନାମା ଜାରି କରାଯାଇଛି।

ଲକଡାଉନ କୋହଳ ହେବାପରେ ରାଜ୍ୟ ବାହାରୁ ପ୍ରାୟ ୫ ଲକ୍ଷ ଓଡିଆ ଲୋକ ଗ୍ରାମକୁ ଫେରିବେ ବୋଲି ସରକାର ଆକଳନ କରିଛନ୍ତି। ସେମାନଙ୍କଠାରୁ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପଦକ୍ଷେପ ସୂରୁପ ପଞ୍ଜିକରଣ ବାଧ୍ୟତାମୂଳକ କରିଛନ୍ତି। ବାହାରୁ ଫେରିବାକୁ ଥିବା ସମସ୍ତ ଓଡିଆ ସେମାନଙ୍କ ନାମ ଓ ଅନ୍ୟାନ୍ୟ ତଥ୍ୟ ପଞ୍ଜିକରଣ ବେଳେ ଦେବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ପୋର୍ଟାଲ କରାଯିବ। ଆସନ୍ତା ୨୪ ତାରିଖରୁ ଏଥିରେ ପଞ୍ଜିକରଣ କରାଯିବ। ବାହାରୁ ଆସୁଥିବା ଓଡିଆଙ୍କ ପରିବାର ପକ୍ଷରୁ ମଧ୍ୟ ପଞ୍ଜିକରଣ କରାଯାଇପାରିବ। ପଞ୍ଜିକରଣ ନକଲେ ଗାଁକୁ ପୁରାଇ ଦିଆଯିବ ­ନାହିଁ ବୋଲି ସ୍ପଷ୍ଟଭାବେ କୁହାଯାଇଛି। ଏହାକୁ ସୂଚର ରୂପେ କାର୍ଯ୍ୟକାରୀ କରିବାକୁ ପ୍ରତି ପଞ୍ଚାୟତରେ ନୋଡାଲ ଅଫିସର ରହିବେ। ଏହାର ତଦାରଖ ପାଇଁ ବିଡିଓ ୫ ଜଣିଆ କମିଟି ମଧ୍ୟ ଗଠନ କରିବେ। ବାହାରୁ ଫେରୁଥିବା ଲୋକଙ୍କୁ ୧୪ ଦିନିଆ ସଂଗରୋଧରେ ରଖାଯିବ। କୌଣସି ପରିସ୍ଥିତିରେ ଘରକୁ ଯିବାକୁ ଦଆଯିବନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories