www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପ୍ରଭାବ – ସଙ୍କଟରେ ପାଉଁରୁଟି ଶିଳ୍ପ

ଭୁବନେଶ୍ବର: କୋଭିଡ୍‌-୧୯ ବା କରୋନା ମାଡ ଏବେ ରାଜ୍ୟର ପାଉଁରୁଟି ଶିଳ୍ପ ଉପରେ ପଡିଛି। ପୂର୍ବରୁ ୩୦-୪୦ ଶ୍ରମିକ କାମ କରୁଥିବା ପାଉଁରୁଟି କମ୍ପାନୀରେ ଏବେ ମାତ୍ର ୧୫ ଜଣ ଶ୍ରମିକଙ୍କୁ ନେଇ କାମ ଚାଲୁଛି। କରୋନା ଭୟରେ ଅନେକ ଶ୍ରମିକ ଭାଟି ଛାଡି ଚାଲିଯାଇଛନ୍ତି। ଇତି ମଧ୍ୟରେ ଅନେକ ପାଉଁରୁଟି କମ୍ପାନୀ ବି ବନ୍ଦ ହୋଇଗଲାଣି। ଫଳରେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି ରାଜ୍ୟର ପାଉଁରୁଟି ଶିଳ୍ପ, ଏଥିଯୋଗୁ ଆଶଙ୍କା ମଧ୍ୟରେ ରହିଛନ୍ତି ଶିଳ୍ପ ସହ ଜଡିତ ୪୦,୦୦୦ ଶ୍ରମିକଙ୍କ ପରିବାର।

ରାଜ୍ୟରେ ମୋଟ ୬୦୦୦ ଛୋଟ ଓ ବଡ ପାଉଁରୁଟି କମ୍ପାନୀ ରହିଛି। ସେଥିରୁ ୩୦୦ରୁ ଅଧିକ ପଞ୍ଜିକୃତ କମ୍ପାନୀ। ରାଜ୍ୟରେ ​ଦୈନିକ ପାଉଁରୁଟି ପ୍ରସ୍ତୁତିରେ ୨୦୦୦ କୁଇଣ୍ଟାଲ ମଇଦା ଓ ଅଟା ଆବଶ୍ୟକ ହୋଇଥାଏ। ଏଥିରୁ ଦୈନିକ ୨ ​କୋଟି ଟଙ୍କାର ପାଉଁରୁଟି ବ୍ୟବସାୟ ହୋଇଥାଏ। ତେବେ କରୋନା ଯୋଗୁ ଲାଗୁ କରାଯାଇଥିବା ଲକ୍‌ ଡାଉନ୍‌ ପାଇଁ ବର୍ତ୍ତମାନ ପ୍ରାୟ ୨୫% ବ୍ୟବସାୟ କମିଯାଇଛି। ଏଥିଯୋଗୁ ପାଉଁରୁଟି କମ୍ପାନୀଙ୍କୁ ଦୈନିକ ୫୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡୁଛି। ବର୍ତ୍ତମାନ ଚାହିଦା ଅନୁଯାୟୀ ଶିଳ୍ପ ଉତ୍ପାଦ ଯୋଗାଇ ପାରୁନାହିଁ। କଟକରେ ଚାଲୁଥିବା ୧୯ଟି ପାଉଁରୁଟି କମ୍ପାନୀ ମଧ୍ୟରୁ ୭ଟି ସକ୍ରିୟ ଭାବେ ଚାଲୁଥିବାବେଳେ ଭୁବନେଶ୍ୱରରେ ୪୨ କମ୍ପାନୀ ମଧ୍ୟରୁ ମାତ୍ର ୨୦ଟି ଚାଲୁଛି। କଟକରେ ପାଉଁରୁଟି ଉତ୍ପାଦନ ଦୈନିକ ୨୦ କୁଇଣ୍ଟାଲ ରହିଥିବାବେଳେ ଲକ୍‌ ଡାଉନ୍‌ରେ ଏହା ୧୫-୧୬ କୁଇଣ୍ଟାଲକୁ ଖସିଆସିଛି। ସେହିଭଳି ଭୁବନେଶ୍ବରରେ ଦୈନିକ ୨୦୦ କୁଇଣ୍ଟାଲ ପାଉଁରୁଟି ପ୍ରସ୍ତୁତ ହେଉଥିବାବେଳେ ଏବେ ଲକ୍‌ଡାଉନ୍‌ରେ ଉତ୍ପାଦନ ୧୫୦ କୁଇଣ୍ଟାଲକୁ ହ୍ରାସ ଘଟିଛି।

- Advertisement -

ଭୁବନେଶ୍ବରରେ ବିଶେଷ କରି ଅଧିକ ସଂଖ୍ୟାରେ ଶିକ୍ଷା ପ୍ରତିଷ୍ଠାନ ଏବଂ ହଷ୍ଟେଲ ରହିଥିବା ଯୋଗୁ ସେଠାରେ ପାଉଁରୁଟି ଚାହିଦା ଅଧିକ ରହିଥିବା ଆନନ୍ଦ ବ୍ରେଡର ସ୍ବତ୍ବାଧିକାରୀ ଶିବରାମ ରଥ କହିଛନ୍ତି। ପାଉଁରୁଟି ଶିଳ୍ପର କାର୍ୟ୍ୟ ଏଭଳି ଯେଉଁଠାରେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ସିଧାସଳଖ ହାତ ସ୍ପର୍ଶ ବିନା କୌଣସି କାର୍ୟ୍ୟ କରିବା କଷ୍ଟକର। କରୋନା ସଂକ୍ରମଣ ଭୟରେ ଆମେ ଅନେକ ମାଲିକ କମ୍ପାନୀ ବନ୍ଦ କରିଦେଇଛୁ। ଖାଉଟିଙ୍କୁ ସ୍ବାସ୍ଥ୍ୟକର ଉତ୍ପାଦ ଯୋଗାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ। ବହୁ ଶ୍ରମିକ ଗାଁକୁ ଚାଲିଯାଇଛନ୍ତି। ଏଥିପାଇଁ ପାଉଁରୁଟି କମ୍ପାନୀଙ୍କୁ ବେଶ କ୍ଷତି ସହିବାକୁ ପଡିଛି। ରାଜଧାନୀ ଭୁବନେଶ୍ବର ଏବଂ କଟକ‌ରେ ଶ୍ରମିକ ଏବଂ ଏଜେଣ୍ଟଙ୍କୁ ମିଶାଇ ମୋଟ ୧୦,୦୦୦ ଲୋକ ପାଉଁରୁଟି ଶିଳ୍ପରେ କାର୍ୟ୍ୟରତ। ଏମାନଙ୍କର ସଂଖ୍ୟାକୁ ବିଚାରକୁ ନେଲେ କେବଳ ଭୁବନେଶ୍ବର ଓ କଟକ​‌ରେ ପାଖପାଖି ୫୦,୦୦୦ ​‌ଲୋକ ଏହି ଶିଳ୍ପ ଉପରେ ଦୈନନ୍ଦିନ ଗୁଜୁରାଣ ପାଇଁ ନିର୍ଭରଶୀଳ ଥିବା ଶ୍ରୀ ରଥ କହିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories