www.samajalive.in
Sunday, December 7, 2025
14.1 C
Bhubaneswar

କରୋନା : ଆଇଆଇଟି ଖଡଗପୁର ପ୍ରସ୍ତୁତ କରିବ ପିପିଇ, ରାପିଡ ଟେଷ୍ଟ କିଟ୍

କୋଲକାତା : ଆଇଆଇଟି ଖଡଗପୁର କରୋନା ଭୂତାଣୁ ଉପରେ ଗବେଷଣା ସହ ପ୍ରସ୍ତୁତ କରିବ ପିପିଇ, ରାପିଡ ଟେଷ୍ଟ କିଟ। ସେଥିପାଇଁ କର୍ତୃପକ୍ଷ ଅର୍ଥ ବ୍ୟବସ୍ଥା କରିଛନ୍ତି।

କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏଥିରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ପାରମାଡିକାଲ କର୍ମଚାରୀଙ୍କ ସୁରକ୍ଷା ଚିନ୍ତାର କାରଣ ହୋଇଛି। ଆବଶ୍ୟକ ପିପିଇ ଓ ସୁରକ୍ଷା କିଟ ଅଭାବ ଦେଖାଦେଉଥିବାରୁ ଏଥିରେ ସହଯୋଗ କରିବାକୁ ଆଇଆଇଟି ଖଡଗପୁର ଆଗେଇ ଆସିଛି।  ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡି ସୁଟ, ପିପିଇ, ରାପିଡ ଡାଇଗ୍ନୋଷ୍ଟିକ କିଟ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ତିନିରୁ ଚାରି ସପ୍ତାହ ମଧ୍ୟରେ ଏସବୁ କିଟ ଯୋଗାଣ ହୋଇଯିବ ବୋଲି ସଂସ୍ଥା ଆଶା ରଖିଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ପୋଖରିଆଲ ନିଶାଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଆଇଆଇଟି ଖଡଗପୁରର ଏହି କାର୍ଯ୍ୟ କରୋନା ସହ ଦେଶର ଲଢ଼େଇରେ ସହାୟକ ହେବ ବୋଲି ଆଶା କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories