www.samajalive.in
Tuesday, December 9, 2025
23.1 C
Bhubaneswar

ଆଫଗାନ ସେନା ଉପରେ ତାଲିବାନର ଭୟଙ୍କର ଆକ୍ରମଣ; ୨୩ ଯବାନ, ୯ ସାଧାରଣ ଲୋକ ମୃତ

କୁନ୍ଦୁଜ(ଆଫଗାନିସ୍ତାନ) : ଆମେରିକା ସହ ଚୁକ୍ତି ହେବା ପରେ ମଧ୍ୟ ଆଫଗାନିସ୍ତାନରେ ହିଂସା କମିବାର ନାମ ନେଉନାହିଁ। ଆଫଗାନିସ୍ତାନରେ ସୋମବାର ଆତଙ୍କୀ ସଂଗଠନ ତାଲିବାନ ଆକ୍ରମଣରେ ୨୩ ଜଣ ଯବାନ୍ ସହିଦ୍ ହୋଇଥିବା ବେଳେ ୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ ଆମେରିକା ଶାନ୍ତିଚୁକ୍ତି କରିଥିବା ବେଳେ ଏହାକୁ ପୁଣିଥରେ ବେଖାତିର କରାଯାଇଛି। ସେହିଭଳି ଗତକାଲି ରବିବାର ବିଳମ୍ବିତରାତ୍ରିରେ  ଆଫଗାନିସ୍ତାନର ଉରୁଜଗାନ୍ ପ୍ରଦେଶର ରାଜଧାନୀ ତ୍ରିଙ୍କୋଟରେ ତାଲିବାନ ଆକ୍ରମଣରେ ୫ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ପୁଲିସ ଆହତ ହୋଇଥିଲେ।

- Advertisement -

ଉଲ୍ଲେଖ ଯୋଗ୍ୟ, ଦୋହାରେ ଫେବୃୟାରୀ ୨୯ରେ ଆମେରିକା- ତାଲିବାନ୍‌ ଶାନ୍ତିଚୁକ୍ତି ହୋଇଥିଲା। ୫ ହଜାର ତାଲିବାନ୍‌ ଯୋଦ୍ଧା ଜେଲରୁ ମୁକୁଳିବା ପରେ ଆଫଗାନ୍‌ ସହ ଆଲୋଚନା କରାଯାଇଥାନ୍ତା। ହେଲେ ତାଲିବାନ୍‌ ବନ୍ଦୀଙ୍କ ମୁକ୍ତିରେ ବିଳମ୍ବ ଯୋଗୁ ଏପର୍ଯ୍ୟନ୍ତ ଆଲୋଚନା ସମ୍ଭବ ହୋଇପାରି ନାହିଁ। ତାଲିବାନ୍‌ମାନେ ପୁଣି ସେମାନଙ୍କ ରୂପ ଦେଖାଇବା ଆରମ୍ଭ କରିଛନ୍ତି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories