www.samajalive.in
Sunday, December 7, 2025
13.1 C
Bhubaneswar

କରୋନା ବେଳେ ବି ରାଜନୀତି: ମନ୍ତ୍ରିସ୍ତରୀୟ କମିଟିକୁ ମମତାଙ୍କ ବିରୋଧ

କଲକତା: କରୋନା ଭୂତାଣୁକୁ ନେଇ ସାରା ଦେଶ ବିବଶ -ବ୍ୟଥିତ । ଦେଶର ଅର୍ଥନୀତି ଭୁଶୁଡ଼ିବା ଅବସ୍ଥାରେ । ବିଭିନ୍ନ କଳକାରଖାନା ଓ ସରକାରୀ କାର୍ଯ୍ୟକ୍ରମ ବନ୍ଦ । ଲୋକଙ୍କ ପାଖରେ କାମ ନାହିଁ, ଖାଇବାକୁ ଟଙ୍କା ନାହିଁ । ଦେଶର ୪ଟି ରାଜ୍ୟର ୧୧ଟି ସହରରେ ପରିସ୍ଥିତି ଖରାପ ଏବଂ ଏହା ମଧ୍ୟରୁ କେବଳ ୭ଟି ସହର ପଶ୍ଚିମବଙ୍ଗରେ । ତେଣୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଦୁଇ ଆଇଏମସିଟି ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟିମ୍‌ରେ କେନ୍ଦ୍ରର ଭିନ୍ନ ଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଓ ମନ୍ତ୍ରୀଙ୍କୁ ନେଇ ଗଠିତ ଏହି ଟିମ୍ ରାଜ୍ୟର କରୋନା ମୁକାବିଲା ପ୍ରସ୍ତୁତି ଏବଂ ମୁଖ୍ୟତଃ ଲକ୍‌ଡାଉନ୍‌ର ସ୍ଥିତି କେମିତି ରହିଛି ତାର ସମୀକ୍ଷା କରିବେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

ଏପରି ଅବସ୍ଥାରେ ବିଭିନ୍ନ ରାଜ୍ୟର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ମନ୍ତ୍ରୀସ୍ତରୀୟ କମିଟି (ଆଇଏମସିଟି)କୁ ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ​‌ ସେ କହିଛନ୍ତି ଯେ ଏହି କମିଟିକୁ ସେ ରାଜ୍ୟରେ ପୂରାଇ ଦେବେ ନାହିଁ । ତେବେ କୌତୂହଳର କଥା ହେଉଛି ମମତା ଏହି ଘୋଷଣା କରିବା ବେଳକୁ କମିଟି କଲକତାରେ ଆସି ପହଞ୍ଚି ସାରିଥିଲେ । ଏହାପରେ ମମତାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା । ଟ୍ବିଟ୍ କରି ସେ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ କଡ଼ା ସମାଲୋଚନା କରିଥିଲେ । ଏହି ଟିମ୍‌କୁ ରାଜ୍ୟଗୁଡିକୁ ପଠାଇବାର କାରଣ ବିଷୟରେ ପଚାରିଛନ୍ତି ମମତା । ମମତା ଲେଖିଛନ୍ତି ଯେ, ଆମେ କରୋନା ମହାମାରୀ  ବିରୋଧରେ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପ୍ରସ୍ତାବର ସ୍ଵାଗତ କରୁଛୁ । ମାତ୍ର କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସମେତ କିଛି ଅନ୍ୟ ରାଜ୍ୟରେ ଆଇଏମସିଟିକୁ ପଠାଇବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏହାର ଉଦ୍ଦେଶ୍ୟ କଣ ରହିଛି ବୁଝି ହେଉନି।

- Advertisement -

କେନ୍ଦ୍ର ଚିଠିରେ କହିଛି ଯେ, ଏହା ସ୍ପଷ୍ଟ ଯେ ପଶ୍ଚିମବଙ୍ଗର କୋଲକାତା, ହାଓ୍ଵଡା, ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ, କେଲିମପୋଙ୍ଗ ଓ ଜଳପାଇଗୁଡିରେ ଅବସ୍ଥା ଠିକ୍ ନୁହଁ । ମମତା ଏଥିରେ ଆପତ୍ତି ଉଠାଇଛନ୍ତି । କେଉଁ ଆଧାରରେ ଏହି ସବୁ ଜିଲ୍ଲାକୁ ଚିହ୍ନଟ କରାଯାଇଛି ସେ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories