www.samajalive.in
Sunday, December 7, 2025
13.1 C
Bhubaneswar

୩ ଶହ ଆଲୋକ ବର୍ଷ ଦୂରରେ ସମ୍ଭାବ୍ୟ ବାସୋପଯୋଗୀ ବର୍ହିଗ୍ରହ

ସମାଜ ପୋର୍ଟାଲ ଡେସ୍କ: ଜ୍ୟୋତିର୍ବିଜ୍ଞାନୀମାନେ ଆମଠାରୁ ୩୦୦ ଆଲୋକ ବର୍ଷ ଦୂରରେ ଏକ ସମ୍ଭାବ୍ୟ ବାସୋପଯୋଗୀ ବର୍ହିଗ୍ରହ ବା ଏକ୍ସପ୍ଲାନେଟ୍ ଆବିଷ୍କାର କରିଛନ୍ତି ଯାହା ପୃଥିବୀ ଆକାର ଶହ ପ୍ରାୟତଃ ସମାନ। ଏକ ଅଧ୍ୟୟନ ଅନୁଯାୟୀ, ୨୦୦୯ରୁ ୨୦୧୮ ମଧ୍ୟରେ ନାସାର କେପଲର ସ୍ପେସ୍ ଟେଲିସ୍କୋପ ଦ୍ୱାରା ଦେଖାଯାଇଥିବା ୨ ହଜାର ୬୮୧ଟି ବର୍ହିଗ୍ରହ ମଧ୍ୟରୁ ଏହା ଏଭଳି ଏକ ଗ୍ରହ ଯାହା ଆକାର ଏବଂ ତାପମାତ୍ରା ଦୃଷ୍ଟିରୁ ଆମ ଗ୍ରହ ସହ ସମାନ।

ଏକ୍ସପ୍ଲାନେଟ୍ ହେଉଛି ଆମର ସୌର ମଣ୍ଡଳ ବାହାରେ ତାରାଗୁଡ଼ିକ ଚାରିପଟେ ପରିକ୍ରମା କରୁଥିବା ଗ୍ରହ। ଅନୁସନ୍ଧାନକାରୀମାନେ ନିକଟରେ କେପଲରଙ୍କ ଦ୍ୱାରା ସଂଗୃହିତ ତଥ୍ୟକୁ ବିଶ୍ଳେଷଣ କରି ଏହି ଗ୍ରହକୁ ଆବିଷ୍କାର କରିଛନ୍ତି। ଯଦିଓ କେପଲର ୨୦୧୮ରେ ଅବସର ନେଇଛି କିନ୍ତୁ ଏହାର ତଥ୍ୟ ଆଗାମୀ ଦିନମାନଙ୍କରେ ଅଧିକ ଆବିଷ୍କାର କରିପାରେ ସାହାଯ୍ୟ କରିବା ବୋଲି ଜଣାପଡିଛି। ସମ୍ପ୍ରତି, ନାସାର ଟେଶ ମିଶନ୍ ହେଉଛି ଏକ୍ସପ୍ଲାନେଟ୍ ଖୋଜୁଥିବା ଗ୍ରହ-ଅନୁସନ୍ଧାନକାରୀ।

- Advertisement -

ଏହି ଗ୍ରହକୁ କେପଲର୍ -୧୬୪୯ ସି ନାମରେ ନାମିତ କରାଯାଇଛି। ଏହା ପୃଥିବୀଠାରୁ ୧.୦୬ ଗୁଣ ବଡ ଏବଂ ସୂର୍ଯ୍ୟଙ୍କଠାରୁ ପ୍ରାୟ ୭୫% ଆଲୋକ ଗ୍ରହଣ କରିଥାଏ। ତେଣୁ ଏହାର ପୃଷ୍ଠ ତାପମାତ୍ରା ପୃଥିବୀ ସହିତ ସମାନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ଏହି ଏକ୍ସପ୍ଲାନେଟ୍ ଯେଉଁ ଦୂରତାରେ ରହିଛି ସେଠାରେ ଭୂପୃଷ୍ଠରେ ତରଳ ଜଳ ରହିଥିବା ଗବେଷଣାକାରୀମାନେ କହିଛନ୍ତି। ତେଣୁ ସେହି ବର୍ହିଗ୍ରହରେ ଜୀବଜଗତ ସୃଷ୍ଟି ହେବା ନେଇ ସମ୍ଭାବନା ପ୍ରକାଶ ପାଇଛି।

ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଯେତିକି ଦୂରରେ ରହିଛି, ସେହି ବର୍ହିଗ୍ରହ ପରିକ୍ରମା କରୁଥିବା ତାରକାଠାରୁ ଆହୁରି କାମ ଦୂରତାରେ ରହିଛି। ଏହା ୧୯.୫ ପୃଥିବୀ ଦିନରେ ଏକ କକ୍ଷପଥ ସମାପ୍ତ କରୁଥିବାରୁ ବିକିରଣ ପ୍ରଜ୍ଜ୍ୱଳନ ହେବାର ଅଧିକ ସମ୍ଭାବନା ରହିଛି ଓ ସମ୍ଭାବ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ କିନ୍ତୁ ଏ ଯାଏଁ କୌଣସି ବିକିରଣ ଜନିତ ପ୍ରଜ୍ଜ୍ୱଳନ ହୋଇ ନଥିବା ଗବେଷକମାନେ ଲକ୍ଷ୍ୟ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories