ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାଜୁ ଜଙ୍ଗଲ ଲିଜକୁ କେନ୍ଦ୍ର କରି ସୋମବାର ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଜଣଙ୍କୁ ସ୍ଥାନୀୟଲୋକେ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ମୃତ୍ୟୁଘଟିଥିବା ବ୍ୟକ୍ତି ଜଣଙ୍କ ହେଲେ ପ୍ରଭାକର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ଅଶୋକ ରାଉତ।
Popular Categories



