ନୂଆଦିଲ୍ଲୀ : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କହିଛନ୍ତି ଯେ, କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନେ ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ କଣ୍ଟ୍ରୋଲ ରୁମ୍ ସହ ସମନ୍ୱୟ ରକ୍ଷା କରିବା ସକାଶେ ନୋଡାଲ୍ ଅଫିସର ନିୟୋଜିତ କରନ୍ତୁ। ଏକ ପତ୍ର ଲେଖି ସେ କହିଛନ୍ତି ସରକାରଙ୍କ ପକ୍ଷରୁ ଦେଶରେ ୨୦ଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ୍ ରୁମ୍ ସହିତ ନୋଡାଲ୍ ଅଫିସରମାନେ ସମନ୍ୱୟ ରକ୍ଷା କରି ଦିନମଜୁରିଆଙ୍କ ସମସ୍ୟାର ସମାଧାନ କରିବାକୁ ସେ କହିଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ୍ ଅଫିସର ନିୟୋଜିତ କରନ୍ତୁ : ଗଙ୍ଗୱାର
Popular Categories



