www.samajalive.in
Sunday, December 7, 2025
26.1 C
Bhubaneswar

ମନରେଗା ଅନୁଦାନ: କେନ୍ଦ୍ର ପ୍ରଦାନ କଲା ୭,୩୦୦କୋଟି

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୭,୩୦୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଗତ ଆର୍ଥିକ ବର୍ଷର ବକେୟା ପାଉଣା ଓ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ପନ୍ଦର ଦିନର ବକେୟା ପାଉଣା ବାବଦରେ ମନରେଗା ଶ୍ରମିକମାନଙ୍କୁ ଦିଆଯିବ।
ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗ୍ରାମାଞ୍ଚଳ ବିକାଶ ସମ୍ବନ୍ଧୀୟ ପ୍ରମୁଖ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ। ସେ କହିଛନ୍ତି,ଯେଉଁ ଯେଉଁ ସ୍ଥାନରେ ଭୂତାଣୁ ସଂକ୍ରମଣ ହୋଇନାହିଁ, ସେହିସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖି ମନରେଗା ଅଧୀନରେ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ। ମନ୍ତ୍ରୀ କହିଛନ୍ତି, ଜଳସେଚନ ଓ ଜଳସଂରକ୍ଷଣ ଉପରେ କାର୍ଯ୍ୟ ପ୍ରତି ଅଧିକ ଆଲୋକପାତ କରାଯିବା ଅତ୍ୟନ୍ତ ଜରୁରୀ।
୯୩ ହଜାର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ କପଡ଼ା ନିର୍ମିତ ମାସ୍କ ନିର୍ମାଣ କାର୍ଯ୍ୟ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ସେହି ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟମାନେ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି ଓ ଦେଶରେ ସାମୂହିକ ଭୋଜନ ବ୍ୟବସ୍ଥାରେ ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି।
ଶ୍ରୀ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ)ରେ ରାଜ୍ୟଗୁଡ଼ିକୁ ୮ଶହ କୋଟି ଟଙ୍କା ଦିଆଯାଇଛି। ସେ କହିଛନ୍ତି, ଏହି ଯୋଜନାର ପ୍ରାୟ ୪୦ଲକ୍ଷ ହିତାଧିକାରୀ ଯେଉଁମାନେ ସେମାନଙ୍କର ଦ୍ୱିତୀୟ ଓ ତୃତୀୟ କିସ୍ତିର ଟଙ୍କା ପାଇସାରିଛନ୍ତି, ସେମାନଙ୍କୁ ସେମାନଙ୍କର ଘରଗୁଡ଼ିକର ଶୀଘ୍ର ନିର୍ମାଣ ପାଇଁ ସହାୟତା କରାଯିବା ଆବଶ୍ୟକ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories