www.samajalive.in
Sunday, December 7, 2025
26.1 C
Bhubaneswar

ଲକ୍‍ଡାଉନ ସମୟରେ ଟିକେଟ୍‍ କ୍ୟାନସଲର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବେ ବିମାନ ସେବା ସଂସ୍ଥା

ନୂଆଦିଲ୍ଲୀ : ଲକ୍‍ଡାଉନ କାଳରେ କରାଯାଇଥିବା ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ଉଡ଼ାଣ ଟିକେଟ୍‍ କ୍ୟାନସଲ ପାଇଁ ଯଦି ଯାତ୍ରୀମାନେ ଆବେଦନ କରନ୍ତି, ତେବେ ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଟିକେଟ୍‍ର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରିବେ । ଦୁଇଟିଯାକ ପର୍ଯ୍ୟାୟର ଲକ୍‍ଡାଉନ ସମୟରେ ବିମାନ ଯାତ୍ରା ପାଇଁ କରାଯାଇଥିବା ଟିକେଟ୍‍ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶର ସମସ୍ତ ଏୟାରଲାଇନ୍ସକୁ ଏ ସଂକ୍ରାନ୍ତ
ନିର୍ଦ୍ଦେଶାବଳୀ ଜାରି କରିଛି ।

ମନ୍ତ୍ରଣାଳୟ କହିଛି, ଯଦି ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ ଅବଧି ମାର୍ଚ୍ଚ ୨୫ରୁ ଏପ୍ରିଲ୍‍ ୧୪ କିମ୍ବା ମେ ୩ ତାରିଖ
ମଧ୍ୟରେ ଜଣେ ଯାତ୍ରୀ ଟିକେଟ୍‍ କରିଛନ୍ତି ତେବେ କୌଣସି କ୍ୟାନସଲେସନ ଚାର୍ଜ ନ କାଟି ଏୟାର୍‍ଲାଇନ୍ସଗୁଡ଼ିକ ଟିକେଟ୍‍ ବାବଦ ସମସ୍ତ ଅର୍ଥ ଫେରସ୍ତ କରିବେ । ଟିକେଟ୍‍ କ୍ୟାନସଲ ପାଇଁ ଆବେଦନ କରାଯିବାର ୩ ସପ୍ତାହ ମଧ୍ୟରେ ଏହି ପଇସା ଫେରାଇବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ କହିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories