www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସଂକ୍ରମିତଙ୍କୁ ଖାଦ୍ୟ ଓ ଔଷଧ ପରଷିବ ରୋବୋଟ

ସମାଜ ପୋର୍ଟାଲ ଡେସ୍କ: ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ରୋବର୍ଟ ସହାୟତାରେ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଇ ପାରିବ। ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀମାନଙ୍କୁ ଚିକିତ୍ସା କରି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ଉଦାହରଣ ରହିଛି। ତେଣୁ ରୋବୋର୍ଟ ଦ୍ବାରା ଖାଦ୍ୟ ଓ ଔଷଧ ପରିବେଷଣ କରାଯିବା ପରେ ଏହି ମହାମାରି ସଂକ୍ରମଣରୁ ସେମାନେ ରକ୍ଷା ପାଇପାରିବେ ବୋଲି ଆଶା କରାଯାଉଛି।

‘କୋଭିଡ୍‌-୧୯’ ତଥା କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ କରୋନା ଆକ୍ରାନ୍ତ ହେବା ସମ୍ଭାବନା ରହିଛି। ଏପରିକି ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଦେଖାଯାଇଛି। ତେଣୁ ସେମାନେ ଭୟ ଓ ଆଶଙ୍କାରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ତେବେ ରୋବୋର୍ଟ ଦ୍ବାରା ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଇପାରିବ ବୋଲି ଜଣାପଡ଼ିବା ପରେ ସେମାନଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି।

- Advertisement -

ଝାଡ଼ଖଣ୍ଡର ଦକ୍ଷିଣ ସିଂହଭୂମ ଜିଲ୍ଲାର ଦୁଇଟି ହସ୍ପିଟାଲ୍‌ରେ କୋଭିଡ୍‌-୧୯ ଆକ୍ରାନ୍ତକୁ ରୋବର୍ଟ ଦ୍ବାରା ଔଷଧ ଓ ଖାଦ୍ୟ ପରଷିବ। ଫଳରେ ଡାକ୍ତର ନର୍ସ, ଓ ସ୍ବାସ୍ଥ୍ୟକର୍ମୀମାନେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ନହୁଅନ୍ତୁ ବୋଲି ହସ୍ପିଟାଲ୍‌ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଖାଦ୍ୟ ଓ ଔଷଧ ପରିବେଷଣ କରିବାକୁ ଥିବା ରିମୋର୍ଟ କଣ୍ଟ୍ରୋଲ୍‌ ରୋବର୍ଟଟିକୁ ଡେପୁଟି ଡେଭ୍‌ଲପ୍‌ମେଣ୍ଟ କମିସନର୍‌(ଡିଡିସି) ଆଦିତ୍ୟ ରଞ୍ଜନ ବାହାର କରିଛନ୍ତି। ଏହି ରିମୋର୍ଟ କଣ୍ଟ୍ରୋଲ୍‌ କୋବଟ-ରୋବଟିକ୍ସ ବିନା ମଣିଷର ସଂପୃକ୍ତିରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଖାଦ୍ୟ ଓ ଔଷଧ ପ୍ରଦାନ କରିବା ଦକ୍ଷତା ରଖିଛି। ଏହା ହାଇଟେକ୍‌-ଆଇସୋଲେସନ୍‌ ୱାର୍ଡ, ଏଏନ୍‌ଏମ୍‌ ସ୍କିଲ୍‌ ସେଣ୍ଟର୍‌, ଚାଇଁବସା ସଦର ହସ୍ପିଟାଲ୍‌, କୋଭିଡ-୧୯ ରେଲ୍‌ୱେ ହସ୍ପିଟାଲ୍‌ ଓ ଚକ୍ରଧରପୁରଠାରେ ଉନ୍ମୋଚିତ ହେବ। ୱାର୍ଡର ପ୍ରତ୍ୟେକ ବେଡ୍‌କୁ ଏକ ଘର ଢଙ୍ଗରେ ଡିଜାଇନ୍‌ କରାଯାଇଛି। ସେଠାରେ ଆକ୍ରାନ୍ତମାନଙ୍କୁ ଔଷଧ ଓ ଖାଦ୍ୟ ପରଷା ଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। କୋବଟ-ରୋବଟିକ୍ସ ଦ୍ବାରା ଏହି ଖାଦ୍ୟ ଓ ଔଷଧ ପରଷା ଯିବ ବୋଲି ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories