www.samajalive.in
Sunday, December 7, 2025
23.1 C
Bhubaneswar

ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ରିହାତି

ଭୁବନେଶ୍ବର : ଲକ୍‌ଡାଉନ୍ ଯୋଗୁ ସାରା ରାଜ୍ୟ ବନ୍ଦ ରହିଥିବାରୁ ଉପଭୋକ୍ତାଙ୍କଠାରୁ କିଭଳି ରାଜସ୍ବ ସଂଗ୍ରହ କରାଯାଇପାରିବ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଅପ୍ରିଲ ଓ ମେ’ରେ ବିଲ୍ ପୈଠ ବେଳେ ଘରୋଇ ଉପଭୋକ୍ତାଙ୍କୁ ଅତିରିକ୍ତ ରିହାତି ପ୍ରଦାନ କରାଯିବ। ଏହି ଦୁଇ ମାସରେ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ୪% ରିହାତି ଦେବାକୁ ଶକ୍ତି ବିଭାଗ ପ୍ରମୁଖ ସଚିବ ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ପାଇଁ ରାଜସ୍ୱ କମିବା ଆଶଙ୍କାରେ ରିହାତି ଘୋଷଣା କରାଯାଇଛି। ସେସୁ, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓଇଆର୍‌ସି ରେଗୁଲେସନ୍-୨୦୨ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି।
ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଘୋଷଣା କରାଯାଇଥିବା ରିହାତିରେ ଦର୍ଶାଯାଇଛି ଯେ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତ ଧାର୍ଯ୍ୟ ତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ଶତକଡ଼ା ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ରିହାତି ପୂର୍ବରୁ ପ୍ରଚଳିତ ରିହାତି ଓ ପ୍ରେତ୍ସାହନ ସହ ଅତିରିକ୍ତଭାବେ ଲାଗୁ ହେବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ। ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, ସେମାନେ ମଧ୍ୟ ଏହି ରିହାତି ପାଇପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଲକଡାଉନ ନିୟମ ଓ ସାମାଜିକ ଦୂରତ୍ବ ନିୟମକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଘରକୁ ଘର ବୁଲି ବିଦ୍ୟୁତ ବିଲ ଦିଆନଯାଇ ତାହାକୁ ମୋବାଇକୁ ଏସଏମଏସ ମାଧ୍ୟମରେ ପଠାଯିବ। ସେହିପରି ଉପଭୋକ୍ତାମାନେ ଅନଲାଇନ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟାଙ୍କିଙ୍ଗ୍, ଡେବିଟ କାର୍ଡ, କ୍ରେଡିଟ କାର୍ଡ ମାଧ୍ୟମରେ ବିଦ୍ୟୁତ୍‌ ବିଲ୍‌ ପୈଠ କରିପାରିବେ। ଲକଡାଉନ ଯୋଗୁଁ ମିଟର ରିଡିଂ ନେବା ସମ୍ଭବ ହେଉନଥିବାରୁ ପୂର୍ବ ରିଡିଂ ଅନୁସାରେ ବିଲ ପ୍ରସ୍ତୁତ ହେବ ବୋଲି କୁହାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories