www.samajalive.in
Sunday, December 7, 2025
23.1 C
Bhubaneswar

କେରଳରେ କରୋନା ନିୟନ୍ତ୍ରଣ : ସଫଳତା ଆଣିଲା ଦ୍ରୁତ ପରୀକ୍ଷା ଓ ନିପା ଅଭିଜ୍ଞତା

ଥିରୁବନନ୍ତପୁରମ୍‌ : ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ କେରଳରେ ଏହା ନିୟନ୍ତ୍ରଣରେ ଥିବା ଜଣାପଡିଛି। ପ୍ରଥମେ କେରଳରେ ପ୍ରଭାବ ବିସ୍ତାର କରୁଥିବା କରୋନାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସେଠାକାର ସରକାର ଦ୍ରୁତ ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଥିବା କୁହାଯାଉଛି। ତା’ଛଡା ଦୁଇ ବର୍ଷ ତଳେ ନିପା ଭୂତାଣୁ ସଂକ୍ରମଣର ଅଭିଜ୍ଞତାର ପ୍ରଭାବ ମଧ୍ୟ ରହିଥିବା ଜଣାପଡିଛି। କରୋନା ଲଢ଼େଇ ଦାୟିତ୍ବରେ ଥିବା ଅଧିକାରୀ ଡାକ୍ତରଙ୍କ କହିବା ଅନୁଯାୟୀ ସରକାରଙ୍କ ପାଖରେ ପ୍ରାଥମିକତା ଥିଲା ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ପରୀକ୍ଷା କରିବା। ଏହା ଦ୍ବାରା କରୋନା ସଂକ୍ରମିତ ପାଉଥିବା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରି ସେମାନଙ୍କୁ ସଂଗରୋଧ କରିବା। ସେଥିପାଇଁ ଘରୋଇ ଓ ସରକାରୀ ମେଡିକାଲ କଲେଜର ଅଭିଜ୍ଞତା ସମ୍ପୁର୍ଣ୍ଣ ଡାକ୍ତରଙ୍କୁ ନେଇ ଏକ ସ୍ବତନ୍ତ୍ର ଟାସ୍କପୋର୍ସ ଗଠନ କରି ମୁକାବିଲା କରିବାରେ ସରକାର ସକ୍ଷମ ହୋଇଥିବା କୁହାଯାଉଛି। ଦ୍ରୁତ ପରୀକ୍ଷା, ସଂସ୍ପର୍ଶରେ ଆସୁଥିବା ରୋଗୀଙ୍କୁ ଚିହ୍ନଟ ଓ ସଂଗରୋଧ କରିବା ସହ ଚିକିତ୍ସା ପାଇଁ ତ୍ବରିତ ପଦକ୍ଷେପ ନିଆଯାଇଛି। ଏହି ତ୍ବରାନ୍ବିତ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ପ୍ରଶାସନକୁ ସହଯୋଗ କରିଛି ପୂର୍ବର ନିପା ଭୂତାଣୁ ଅଭିଜ୍ଞତା। ଦୁଇ ବର୍ଷ ତଳେ ନିପା ଭୂତାଣୁ ସଂକ୍ରମଣ ହେବା ପରେ ସ୍ବାସ୍ଥ୍ୟ ବିଭାଗ ସଂକ୍ରମଣ ବିଭାଗ ସହ ଡାକ୍ତର ଓ ନର୍ସଙ୍କୁ ଏ ନେଇ ତାଲିମ ଦିଆଯାଇଥିଲା। ମେଡିକାଲ କଲେଜରେ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଲା। ଯାହା କରୋନା ଭୂତାଣୁ ସଂକ୍ରମଣ ଓ ତତ୍ଜନିତ ମୃତ୍ୟୁ ରୋକିବାରେ କେରଳ ସରକାର ସଫଳ ହୋଇ ପାରିଥିବା ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଅନୁପ ଆର ୱାରିଅରଙ୍କ ସୂଚନାରୁ ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories