www.samajalive.in
Wednesday, December 10, 2025
15.1 C
Bhubaneswar

ୱାନପ୍ଲସ୍-୮ ଏବଂ ୮ ପ୍ରୋ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍ କମ୍ପାନୀ ୱାନପ୍ଲସ୍ ତାର ୮ ସିରିଜ୍ ଫୋନ ଲଞ୍ଚ କରିଛି। ଯେଉଁଥିରେ ୱାନପ୍ଲସ୍-୮ ଏବଂ ୱାନପ୍ଲସ୍-୮ ପ୍ରୋ ଅନ୍ତର୍ଭୁକ୍ତ। ଉପଭୋକ୍ତାମାନେ ଉଭୟ ସ୍ମାର୍ଟଫୋନରେ ଶକ୍ତିଶାଳୀ ପ୍ରୋସେସର୍, ଡିସପ୍ଲେ, ୫-ଜିର ସଂଯୋଗ ଏବଂ କ୍ୟାମେରା ସପୋର୍ଟ ପାଇପାରିବେ। ତେବେ କମ୍ପାନୀ ଭାରତରେ ଉଭୟ ସ୍ମାର୍ଟଫୋନ୍ ଲଞ୍ଚ ବିଷୟରେ ସୂଚନା ଏପର୍ୟ୍ୟନ୍ତ ସେୟାର କରି ନାହିଁ। କହି ରଖୁଛୁ ଯେ, କମ୍ପାନୀ ଗତ ବର୍ଷ ବଜାରରେ ୱାନପ୍ଲସ୍-୭ ସିରିଜ୍ ଲଞ୍ଚ କରିଥିଲା, ଯାହାକୁ ଲୋକମାନେ ପସନ୍ଦ କରିବା ସହ ଅଧିକ ମାତ୍ରାରେ କଣିଥିବା ଦେଖାଯାଇଥିଲା।
ୱାନପ୍ଲସ୍-୮ ଏବଂ ୮ ପ୍ରୋ ସ୍ମାର୍ଟଫୋନର ମୂଲ୍ୟ
କମ୍ପାନୀ ୱାନପ୍ଲସ୍-୮ରେ ୮ ଜିବି ରାମ+ ୧୨୮ ଜିବି ଷ୍ଟୋରେଜ୍ ଏବଂ ୧୨ ଜିବି ରାମ+ ୨୫୬ ଜିବି ଷ୍ଟୋରେଜ୍ ଅନ୍ତର୍ଭୁକ୍ତ ରହିଛି। ଏହାର ୮ ଜିବି ରାମ+ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୬୯୯ ଡଲାର (ପ୍ରାୟ ୫୩,୦୦୦ ଟଙ୍କା) ଏବଂ ୧୨ ଜିବି ରାମ+ ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୭୯୯ ଡଲାର (ପ୍ରାୟ ୬୦,୬୦୦ ଟଙ୍କା) ରହିଛି।
ସେହିଭଳି ୱାନପ୍ଲସ ୮ପ୍ରୋର ୮ ଜିବି ରାମ+ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୮୯୯ ଡଲାର (ପ୍ରାୟ ୬୮,୨୦୦ ଟଙ୍କା) ଏବଂ ୧୨ ଜିବି ଏବଂ ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୭୫,୮୦୦ ଟଙ୍କା।
ଏହି ସ୍ମାର୍ଟଫୋନରେ ୬.୫୫ ଇଞ୍ଚ ଡିସପ୍ଲେ ରହିଛି। ଫୋନରେ ଉନ୍ନତ ପ୍ରଦର୍ଶନ ପାଇଁ କ୍ୱାଲାକମ୍ ସ୍ନାପଡ୍ରାଗନ୍ ୮୬୫ ପ୍ରୋସେସର୍ ମଧ୍ୟ ଦିଆଯାଇଛି। ଏହି ସମୟରେ, ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମରେ କାମ କରିଥାଏ। ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏହି ସ୍ମାର୍ଟଫୋନରେ ଟ୍ରିପଲ୍ ରିଅର କ୍ୟାମେରା ସେଟଅପ୍ ପାଇପାରିବେ। ଯେଉଁଥିରେ ୪୮ମେଗାପିକ୍ସେଲ ପ୍ରାଥମିକ ଲେନ୍ସ, ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ତୃତୀୟ କ୍ୟାମେରାଟି ୧୬ ମେଗାପିକ୍ସେଲର ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ ସାମ୍ନାରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ଦିଆଯାଇଛି।
ୱାନପ୍ଲସ୍-୮ର ବ୍ୟାଟେରୀ
ସଂଯୋଗୀକରଣ ଦୃଷ୍ଟିରୁ କମ୍ପାନୀ ଏହି ସ୍ମାର୍ଟଫୋନରେ ୫ଜି, ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ୟୁଏସବି ପୋର୍ଟ ଟାଇପ୍-ସି ଭଳି ବୈଶିଷ୍ଟ୍ୟ ପ୍ରଦାନ କରିଛି। ଏହା ବ୍ୟତୀତ, ଏହି ଫୋନରେ ୪୩୦୦ଏମଏଚ୍ ବ୍ୟାଟେରୀ ପ୍ରଦାନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories