www.samajalive.in
Sunday, December 7, 2025
14.1 C
Bhubaneswar

ସାନିଟାଇଜ୍ ହେଲା ସ୍ବର୍ଗଦ୍ବାର

ପୁରୀ : ବୁଧବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବର୍ଗଦ୍ବାରକୁ ସାନିଟାଇଜ୍ କରାଯାଇଛି । ଦମକଳ ବାହିନୀର ଦୁଇଟି ଗାଡି ପୁରୀ ସ୍ବର୍ଗଦ୍ବାରକୁ ରାସାୟନିକ ବିଶୋଧନ ଜରିଆରେ ବିଶୋଧିତ କରିଛନ୍ତି । ଜିଲ୍ଲାପ୍ରଶାସନର ନିର୍ଦେଶ ଅନୁସାରେ ଦମକଳ ବାହିନୀ ସ୍ବର୍ଗଦ୍ବାର ପରିସର, ସ୍ବର୍ଗଦ୍ବାର ଚାରିପାଖକୁ ଲାଗିରହିଥିବା ରାସ୍ତା ଓ ବେଳାମାର୍ଗକୁ ସାନିଟାଇଜ କରିଛି । ସେହିପରି କରୋନା କଟକଣା ପାଇଁ ସ୍ବର୍ଗଦ୍ବାରକୁ ଶବଦାହ କରିବାକୁ ଆସୁଥିବା ଲୋକମାନେ ଯେପରି ସାମାଜିକ ଦୁରତ୍ଵ ଅବଲମ୍ବନ କରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ଶବଦାହ ସମୟରେ ଯେପରି ଅଧିକ ଲୋକ ରୁଣ୍ଡ ନହେବେ ସେଥିପ୍ରଥି ଦୃଷ୍ଟି ଦେବାପାଇଁ ପୁଲିସ ମୁତୟନ ରହିଛନ୍ତି । କରୋନା ପାଇଁ ସ୍ବର୍ଗଦ୍ବାରରେ ନୂଆ ନିୟମ ମୁତାବକ ମୃତ ବ୍ୟକ୍ତିଙ୍କ ନାମ, ସମ୍ପର୍କୀୟଙ୍କ ନାମ ଏବଂ ଠିକଣା ରଖାଯାଇ ଶବଦାହ କରାଯାଉଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories