www.samajalive.in
Sunday, December 7, 2025
26.1 C
Bhubaneswar

ଭୁବନେଶ୍ଵରରେ କରୋନା ମୁକାବିଲା ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ଵ ଦେଲେ ସରକାର

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟର ରାଜଧାନୀ ମହାମାରୀ କରୋନାର ହଟସ୍ପଟ ହୋଇସାରିଛି ।  ରାଜ୍ୟରୁ ଚିହ୍ନଟ ହୋଇଥିବା ୬୦ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ଵରର ୪୬ ଜଣ ରହିଛନ୍ତି । ପ୍ରତିଦିନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜରକୁ ରଖି ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇଏଏସଙ୍କ ଉପରେ ରାଜଧାନୀର ଦାୟିତ୍ଵ ନ୍ୟସ୍ତ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ପରେ ହୋଇଥିବା ଏହି ନିଷ୍ପତ୍ତି ପ୍ରକାରେ ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ବରିଷ୍ଠ ଅଧିକାରୀମାନେ ବିଏମ୍‌ସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ କାର୍ୟ୍ୟ କରିବେ।

ବରିଷ୍ଠ ଆଇଏଏସ ଅଧିକାରୀ ରଞ୍ଜନ ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଏସ୍. କେ ଲୋହାନୀ ଓ ଶାଶ୍ୱତ ମିଶ୍ରଙ୍କୁ ଦକ୍ଷିଣପୂର୍ବ ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦକ୍ଷିଣ ପଶ୍ଚିମ ଜୋନର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଂଚଳରେ କଣ୍ଟାକଟ ଟ୍ରେସିଙ୍ଗ ସହ ଘରକୁ ଘର ବୁଲି ସର୍ଭିଲାନ୍ସ ଟିମ୍ କରୁଥିବା ସର୍ଭେ କାର୍ଯ୍ୟର ତଦାରଖ କରିବେ । ଏହା ସହ କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିବ ସେ ଉପରେ ଗୁରୁତ୍ୱ ଦେବେ ।ସେହିପରି କରୋନା ସଂକ୍ରମଣ ଯେଭଳି ନ ବ୍ୟାପେ ସେଥିପ୍ରତି ଅଧିକାରୀମାନେ ଗୁରୁତ୍ୱ ଦେବେ ଜ୍ଝ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ୟ୍ୟକାରୀ କରାଇବେ ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ନମୂନା ପରୀକ୍ଷାକୁ ତ୍ୱରାନ୍ୱିତ କରାଇବେ

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories