www.samajalive.in
Sunday, December 7, 2025
26.1 C
Bhubaneswar

ଆଠ ଘଣ୍ଟାରେ ହୋଇପାରିବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‍ଏସ୍‍)ରେ ମଙ୍ଗଳବାରଠାରୁ ‘କୋଭିଡ୍‍-୧୯’ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକାଧିକ ନମୁନା ପରୀକ୍ଷା କରାଯାଇଛି ଓ ଏହାର ରିଜଲ୍ଟ ଖୁବ୍‌ ପ୍ରାୟ ୮ଘଣ୍ଟା ପରେ ଜଣାପଡ଼ିବ ବୋଲି ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‍ଆର୍‍) ପକ୍ଷରୁ ଆଇଏଲ୍‌ଏସ୍‌ରେ ‘କୋଭିଡ୍ ୧୯’ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏଥିପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଏବଂ କିଟ୍‍ ଅଣାଯାଇଥିଲା। ଭାଇରୋଲୋଜି ଏବଂ ମଲେକୁଲାର ବାୟୋଲୋଜିରେ ଗବେଷଣା କରୁଥିବା ଅଭିଜ୍ଞ ଚାରି ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ କରୋନା ଭୂତାଣୁ ଚିହ୍ନଟ ପାଇଁ ନିୟୋଜିତ କରାଯାଇଛି। ସେମାନଙ୍କୁ ୧୫ଜଣ ବରିଷ୍ଠ ଗବେଷକ(ପିଏଚ୍‍ଡି ଛାତ୍ରଛାତ୍ରୀ) ସହଯୋଗ କରୁଛନ୍ତି, ଯେଉଁମାନେ ମଲେକୁଲାର ବାୟୋଲେଜି ଡାଇଗ୍ନୋଷ୍ଟିକ୍‍ ମେଥଡ୍‍ ଆଣ୍ଡ ଟେକ୍ନୋଲୋଜିରେ ଭଲ ଭାବେ ପ୍ରଶିକ୍ଷିତ ହୋଇଛନ୍ତି। ଆପାଦମସ୍ତକ ପିପିଇ ପରିଧାନ କରି ସେମାନେ ‘କୋଭିଡ୍ ୧୯’ ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରୁଛନ୍ତି ବୋଲି ଆଇଏଲ୍‌ଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories