www.samajalive.in
Sunday, December 7, 2025
23.1 C
Bhubaneswar

୨୪ ଦିନ ହେଲା ବରଯାତ୍ରୀଙ୍କ ସହ ବର-ବଧୂ ‘ଲକ୍ଡ଼ାଉନ’

ଧାନବାଦ: ବାହାଘର ସରିଲା, ବରଯାତ୍ରୀଙ୍କ ସହ ଶାଶୁଘରକୁ ଯିବା ପାଇଁ ପ୍ରସ୍ତୁତ ବଧୂ ସାବିତ୍ରୀ । ହେଲେ ଲକ୍ଡ଼ାଉନ ସାଜିଲା ବଇରୀ । ବର ଆଉ ତାଙ୍କର ୧୨ ଜଣ ସମ୍ପର୍କୀୟଙ୍କ ସହ ସାବିତ୍ରୀ ଅଟକି ରହିଛି ବାପଘରେ । ଆଶା ଥିଲା ୧୪ ତାରିଖ ପରେ ହୁଏତ ବାଟ ଫିଟିବ । ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ଡ଼ାଉନ କରାଯିବା ପରେ ସାବିତ୍ରୀ, ତାଙ୍କ ସ୍ବାମୀ ଓ ବରଯାତ୍ରୀଙ୍କ ସହ ନିଜ ପରିବାରର ସମସ୍ୟା ବଢ଼ି ଯାଇଛି ।
ସାବିତ୍ରୀ ବିବାହ ପାଇଁ ମାର୍ଚ ୨୧ ତାରିଖ ରାତିରେ୧୨ ବରଯାତ୍ରୀଙ୍କ ସହ ବର ପହଞ୍ଚିଥିଲା ପଶ୍ଚିବଙ୍ଗର ବିଧିପୁର ଗାଁରେ । ୨୩ ତାରିଖରେ ବରବଧୂ ଝାଡ଼ଖଣ୍ଡର ଧାନବାଦ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପ୍ରଥମେ ଦିନିକିଆ ଜନତା କର୍ଫୁ ଓ ଏହାପରେ ୨୧ ଦିନିଆ ଲକ୍ଡ଼ାଉନ । ଏବେ ସାବିତ୍ରୀ କେବେ ଶାଶୁଘରକୁ ଫେରିବ ତାହାର ପତ୍ତା ନାହିଁ । ସାବିତ୍ରୀର ପରିବାର ବର ଓ ବରଯାତ୍ରୀମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଥିବାବେଳେ ଏବେ ସହାୟତାର ହାତ ବଢ଼ାଇଛି ଜିଲା ପ୍ରଶାସନ । ଦିନକୁ ସେମାନଙ୍କ ପାଇଁ ଗୋଟିଏ ଓଳି ଖାଦ୍ୟ ବ୍ୟବସ୍ଥା କରିଛି । ଇତିମଧ୍ୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଛି । ଅବଶ୍ୟ ସବୁ ବରଯାତ୍ରୀଙ୍କ ନମୁନା ନେଗେଟିଭ୍ ରହିଛି ।

ଅନ୍ୟପକ୍ଷରେ କଲକତାରେ ମଧ୍ୟ ଘଟିଛି ଅନୁରୂପ ଘଟଣା । ୩୨ ଜଣ ବରଯାତ୍ରୀଙ୍କ ସହ ବର ଅଟକିଛି ଶଶ୍ବୁରଘରେ । ବରର ଶଶୁର ଘର ଅବସ୍ଥା ମଧ୍ୟ ଭଲ ନୁହେଁ, ତେଣୁ ଗାଁ ଲୋକ ପାଳିକରି ସେମାନଙ୍କୁ ଖାଇବାକୁ ଦେଉଥିବା ଏକ ଖବର ଆସିଛି । ସୂଚନା ଅନୁଯାୟୀ, ମାଞ୍ଝୀର ଇନାୟତପୁର ଗାଁକୁ କୋଲକାତାର ଫିରୋଜ ଅଖତାର ବର ଯାତ୍ରୀ ନେଇ ଆସିଥିଲେ। ଖୁସବୁଙ୍କ ସହିତ ତାଙ୍କର ବିବାହ ମୁସଲମାନ ରୀତି ନୀତି ଅନୁସାରେ ସଂପନ୍ନ ହୋଇଥିଲା। ମାତ୍ର ବିବାହରର ପରବର୍ତ୍ତୀ ଦିନ ମାର୍ଚ୍ଚ ୨୫ରେ ପୂରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହୋଇଗଲା। ଫଳରେ ବର ଓ ବରଯାତ୍ରୀ କନ୍ୟା ନେଇ ଫେରିବାକୁ ସଫଳ ହେଲେ ନାହିଁ । ଶେଷରେ ସେମାନଙ୍କୁ ଖୁସବୁଙ୍କ ଗାଁରେ ଏକ ସ୍କୁଲରେ ରହିବାକୁ ପଡ଼ିଲା । ଆଉ ଏବେ ଲକ୍ଡ଼ାଉନ ବଢ଼ିବା ପରେ ଖୁସବୁ ମେ ୩କୁ ଅପେକ୍ଷା କରି ରହିଛନ୍ତି । ଅବଶ୍ୟ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଏବଂ ସହାୟତା ଦେବାକୁ ଜିଲା ପ୍ରଶାସନକୁ ଆବେଦନ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories