ଭୁବନେଶ୍ବର (ବ୍ୟୁରୋ) କରୋନାଜନିତ ଲକ୍ଡ଼ାଉନ କାଳରେ ରାଜ୍ୟରେ ମିଶନ ଶକ୍ତିର ୭୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ୭୦୭ଟି ଶୁଖିଲା ରେସନ୍ ଏବଂ ପରିବା ଦୋକାନ ଚାଲୁ କରିଛନ୍ତି । ଏଥି ମଧ୍ୟରେ ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଘର ନିକଟରେ ଯୋଗାଣ କରିବା ନିମନ୍ତେ ୧୩୦ଟି ମୋବାଇଲ୍ ଭ୍ୟାନ୍ ମଧ୍ୟ ଅନ୍ତର୍ଭୁକ୍ତ । ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଚାଉଳ ଏବଂ କାର୍ଡ ପିଛା ମାସକୁ ୧ କିଗ୍ରା ହରଡ଼ ଡାଲି ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ । ଭାରତ ସରକାରଙ୍କ ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦,୨୬,୩୭୫ ପରିବାରର ୨,୮୬,୦୬,୨୩୯ ଜଣ ହିତାଧିକାରୀ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ ।
Popular Categories


