ଭୁବନେଶ୍ବର (ବ୍ୟୁରୋ): କୋବିଦ-୧୯ ଭୂତାଣୁରୁ ସଂକ୍ରମଣ ରୋକିବା ଦିଗରେ ଓଡ଼ିଶା ଏହାର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ନିମେନ୍ତ ୨୦ଟି କୋଭିଡ୍-୧୯ ହସ୍ପିଟାଲ୍କୁ କାର୍ଯ୍ୟକ୍ଷମ କରିଛି । ରାଜ୍ୟର ୧୮ଟି ଜିଲ୍ଲା ଏଥିରେ ସାମିଲ ହୋଇପାରିଛି । ଏହିସବୁ କୋଭିଡ୍-୧୯ ହସ୍ପିଟାଲ୍ରେ ୩୪୨୦ଟି ଶଯ୍ୟା ଥିବାବେଳେ ୧୯୭ଟି ଆଇସିୟୁ ବେଡ୍ ରହିଛି । ଖୁବ୍ଶୀଘ୍ର ଅନ୍ୟାନ୍ୟ ଜିଲ୍ଲାରେ ଅତିରିକ୍ତ ୧୫ଟି କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ଏଥିରେ ୨୨୮୨ଟି ଶଯ୍ୟା ଓ ୩୮ଟି ଆଇସିୟୁର ସୁବିଧା ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେହିପରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍ଗୁଡ଼ିକ ଉପରେ ସମୀକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲା ପାଇଁ ପ୍ରସ୍ତାବିତ ୩୫ଟି ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୨୦ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ କୋଭିଡ୍-୧୯ ମୁକାବିଲା କରିବା ପାଇଁ ୧.୮୩ ଲକ୍ଷ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ଥିବାବେଳେ ସେଥି ମଧ୍ୟରୁ ୧.୫୩ ଲକ୍ଷ ଜଣଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି ।
କରୋନା ମୁକାବିଲା: ରାଜ୍ୟରେ ୧୯୭ ଆଇସିୟୁ ପ୍ରସ୍ତୁତ, ଆଉ ୩୮ଟି ପାଇଁ ପ୍ରସ୍ତୁତି
Popular Categories


