www.samajalive.in
Tuesday, December 9, 2025
15.1 C
Bhubaneswar

ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ ବଢିଲା କଣ୍ଟେନମେଣ୍ଟ ଅବଧି

ସମାଜ ପୋର୍ଟାଲ ଡେସ୍କ : ସୁନ୍ଦରଗଡ଼ ଜିଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି । ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ୟ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ୧୨ ତାରିଖରେ ଏହାର କିଛି ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଡରେଇକେଲା ବସ୍‌ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍‌ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ୟ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ ବୋଲି କୁହାଯାଇଥିଲା। ଏହି ଅବଧି ଆଜି ଶେଷ ହେଉଥିବା ବେଳେ ନୂଆ ନିର୍ଦ୍ଦେଶ ପ୍ରକାରେ ଏହା ଆହୁରି ୪୮ ଘଣ୍ଟା ପାଇଁ ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories