www.samajalive.in
Sunday, December 7, 2025
13.1 C
Bhubaneswar

ଡିଜିପି ଅଭୟଙ୍କ କୋଭିଡ -୧୯ର ସମୀକ୍ଷା

ଭୁବନେଶ୍ବର : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଅଭୟ ସୋମବାର ଝାରସୁଗୁଡା ଜିଲା ଗସ୍ତରେ ଆସିଥିଲେ ।  ଏହି ଗସ୍ତ କାଳରେ ଡିଜିପି ଅଭୟ କରୋନା ମୁକାବିଲା ପାଇଁ ଜିଲା ପୁଲିସର ପଦକ୍ଷେପ ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ଏହା ସହ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସହ କୋଭିଡ -୧୯ କୁ ନେଇ ଆଲୋଚନା କରିଥିଲେ ।

ଆଜି ରାଉରକେଲାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅପରାହ୍ନରେ ପହଞ୍ଚି ଜିଲା ପୁଲିସ ଅଫିସରେ ପହଞ୍ଚି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଏସପି ଅଶ୍ୱିନୀ କୁମାର ମହାନ୍ତି ସମେତ  ସୁନ୍ଦରଗଡ଼ ଏସପି ଓ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ । ଡ଼ିଜି  ଅଭୟ ଝାରସୁଗୁଡ଼ା ସହରରେ ଥିବା ବିଭିନ୍ନ ଛକରେ ଥିବା ମୁତୟନ ରହିଥିବା ପୋଲିସ କର୍ମଚାରୀ ଙ୍କ ସହ ଆଲୋଚନା କରିବା ସହ ଝାରସୁଗୁଡ଼ା ଟାଉନ ଥାନା ପରିଦର୍ଶନ କରିଥିଲେ। ପରେ ଡିଜିପି ଅଭୟ ଭୁବନେଶ୍ୱର ଫେରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories