www.samajalive.in
Sunday, December 7, 2025
13.1 C
Bhubaneswar

ପିଏମ୍ କେୟାର୍ସ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : କରେନା ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ‘ପିଏମ୍ କେୟାର୍ସ’ ସ୍ଥାପନ ବିରୋଧରେ ଏକ ଯାଚିକାକୁ ଆଜି  ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏସ୍.ଏ.ବୋବଡ଼େ, ଜଷ୍ଟିସ ଏଲ୍.ନାଗେଶ୍ବର ରାଓ ଓ ଜଷ୍ଟିସ ଏମ୍.ଏମ୍.ଶାନ୍ତାନାଗୌଦରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ‘ପିଏମ୍ କେୟାର୍ସ’ ଗଠନରେ ସମ୍ବିଧାନର ଧାରା ୨୬୬ ଓ ୨୬୭ ଉଲ୍ଲଙ୍ଘନ ହୋଇଥିବା ଅନୁଭବ କରି ହେଉନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭିଡ଼ିଓ କନଫରେନ୍ସିରେ ଶୁଣାଣି ପରେ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡ଼େ ମାମଲାକୁ “misconceived” ବୋଲି କହିଛନ୍ତି ।  ଏମ୍.ଏଲ୍ ଶର୍ମା ନାମକ ଜଣେ ଆଇନଜୀବୀ ଏହି ମାମଲାକୁ ରୁଜୁ କରିଥିଲେ ।

ଗତ ମାର୍ଚ୍ଚ ୨୮ ତାରିଖରେ ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଏଣ୍ଡ ରିଲିଫ୍ ଇନ୍ ଇମର୍ଜେନ୍ସି ସିଚୁଏସନ (ପିଏମ୍ କେୟାର୍ସ) ସ୍ଥାପନ କରାଯାଇଥିଲା। କରୋନା ମୁକାବିଲା ଓ ପ୍ରଭାବିତଙ୍କୁ ଏହି ପାଣ୍ଠିରୁ ସହାୟତା ଦିଆଯିବାର ଉଦ୍ଦେଶ୍ୟ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ଗୃହ, ପ୍ରତିରକ୍ଷା ଓ ଅର୍ଥ ବିଭାଗ ମନ୍ତ୍ରୀମାନେ ଟ୍ରଷ୍ଟି ରହିଛନ୍ତି । ତେବେ ଏହି ଟ୍ରଷ୍ଟ ଗଠନ ସମୟରେ କୌଣସି ଗେଜେଟ୍ ବିଜ୍ଞପ୍ତି ବା ଅଧ୍ୟାଦେଶ ଜାରି ହୋଇ ନ ଥିବା, ସଂସଦରେ ଏହାକୁ ସ୍ବୀକୃତି ମିଳି ନ ଥିବା, ରାଷ୍ଟ୍ରପତି ଏହାକୁ ଅନୁମୋଦନ କରି ନ ଥିବା କିମ୍ବା ସମ୍ବିଧାନର ୨୬୭ ଧାରା ଅନୁସାରେ ଏହା ସଂସଦ ବା କୌଣସି ରାଜ୍ୟ ବିଧାନସଭାର ଅନୁମୋଦନ ଲାଭ କରି ନ ଥିବା ଦର୍ଶାଇ ଆଇନଜୀବୀ ଜଣକ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories