www.samajalive.in
Sunday, December 7, 2025
26.1 C
Bhubaneswar

 କରୋନା ପୀଡ଼ିତ ପାଞ୍ଚ  ବ୍ୟକ୍ତିଙ୍କ ସୂଚନା ଜାରିକଲା ସ୍ବାସ୍ଥ୍ୟ ବିଭାଗ 

ଭୁବନେଶ୍ବର (ବ୍ୟୁରୋ) ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଶେଷ ପାଞ୍ଚଜଣ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି । ସମ୍ପୃକ୍ତ ବ୍ୟକ୍ତି ଓ ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଅଧିକ ସତର୍କ ଓ ସଚେତନ ହୋଇ ପାରିବେ ବୋଲି ପ୍ରଶାସନ ମନେ କରୁଛି ।

 

- Advertisement -

୧- ୫୦ ତମ କରୋନା ସଂକ୍ରମିତ ଜଣେ ୨୨ ବର୍ଷୀୟ ଯୁବକ । ସେ ଭୁବନେଶ୍ୱର ମଧୁସୂଦନ ନଗରର ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ୟୁନିଟ୍ ୪ରେ ରହୁଥିଲେ । ସେ ସଂକ୍ରମିତ ହେବା ପୂର୍ବରୁ ବଡ଼ଅନ୍ତୁଡା, ବାରାପୁର, ଖୋର୍ଦ୍ଧା ଯାଇଥିଲେ। ଏହାସହ ୟୁନିଟ-୩ ଷ୍ଟେସନ୍ ସ୍କୋୟାର, ସତ୍ୟନଗର, ଝାରପଡ଼ା ବୁଲିଛନ୍ତି ।  ଏପ୍ରିଲ ୧୦ ତାରିଖ ଦିନ ତାଙ୍କ ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ କିମ୍‌ସ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୨- ୫୧ତମ କରୋନା ସଂକ୍ରମିତଙ୍କ ସହ ରହିଛି ନିଜାମୁଦ୍ଦିନ ସଂଯୋଗ ।  ସୁନ୍ଦରଗଡା ବିଶ୍ରା ଅଞ୍ଚଳର ଏହି ବ୍ୟକ୍ତିଙ୍କ ବୟସ ୬୭ ବର୍ଷ ଏବଂ ସେ  ମାର୍ଚ୍ଚ ୫ ତାରିଖରେ ଉତ୍କଳଏକ୍ସପ୍ରେସରେ ଦିଲ୍ଲୀ ଯାଇଥିଲେ । ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିଥିଲେ । ୧୦ ତାରିଖରେ ସଂପର୍କକ୍ରାନ୍ତି ଏକ୍ସପ୍ରେସରେ  ବିଳାସପୁର ଓ ସେଠାରୁ ବସ୍‌ ଯୋଗେ ରାଉରକେଲା ଏବଂ ରାଉରକେଲା ବସଷ୍ଟାଣ୍ଡରୁ ସେୟାର ଅଟୋରେ ବିଶ୍ରା ଯାଇଥିଲେ ।  ସେ ୧୨ ମାର୍ଚ୍ଚରୁ ୨ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ତା ପରେ ରାଉରକେଲାସ୍ଥିତ ସରକାରୀ କ୍ବାରେଣ୍ଟାଇନରେ ଏପ୍ରିଲ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ରହିଥିଲେ। ଗତ  ୧୧ ତାରିଖରେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

 

୩ – ୫୨ ତମ ସଂକ୍ରମିତଙ୍କ ଘର ବିଶ୍ରା ଅଞ୍ଚଳରେ ଏବଂ ତାଙ୍କର ବୟସ ୧୮ ବର୍ଷ । ସେ ନିଜାମୁଦ୍ଦିନ ଯାଇ ନ ଥିଲେ ହେଁ ସଂକ୍ରମିତ ନିଜାମୁଦ୍ଦିନ ଫେରନ୍ତା ତଥା ୫୧ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଗତ ମାର୍ଚ ୧୦ ତାରିଖରେ ସେ ଯାଜପୁରରୁ ରାଉରକେଲା ଯାଇଥିଲେ ଏବଂ ୧୧ ତାରିଖରେ ରାଉରକେଲାରେ ପହଞ୍ଚିବା ପରେ ଅଟୋରିକ୍ସାରେ ବିଶ୍ରା ଯାଇଥିଲେ। ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ଆଶିୟାନା ମସଜିଦ୍ରେ ଥିଲେ। ଏହାପରେ ବନା ନିକଟରେ ଏକ ମସଜିଦ୍ ନିକଟରେ କିଛିଦିନ ରହିଥିଲେ । ଅସୁସ୍ଥ ଅନୁଭବ କରିବା ପରେ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଉରକେଲାରେ ସଙ୍ଗରୋଧ ହୋଇ ରହିଥିଲେ। ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ ତାଙ୍କୁ ହାଇଟେକ୍ କୋବିଦ-୧୯ ଡ଼ାକ୍ତରଖାନାରେ ରଖାଯାଇଛି ।

୪- ଅନ୍ୟପକ୍ଷରେ ୫୩ତମ ସଂକ୍ରମିତଙ୍କ ସଂକ୍ରମଣ ଇତିହାସ ବଡ଼ ବିଚିତ୍ର । କରୋନା ପୀଡ଼ିତ ନିଜର ଜଣେ ସଂକ୍ରମିତଙ୍କୁ ଦେଖିବାକୁ ଯାଇ ସେ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହି ପୀଡ଼ିତ ଜଣଙ୍କ ଏମ୍‌ସ ଚିକିିତ୍ସାଧୀନ (୪୨ ନମ୍ବର ସଂକ୍ରମିତଙ୍କୁ ୪ରୁ ୬ ଥର ଦେଖିବାକୁ ଯାଇଥିଲେ)। ସଂପୃକ୍ତ ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୫ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ସହିଦନଗର କେସୁରା ଅନ୍ତର୍ଗତ ବନକୁଆଳରେ ରହୁଥିଲେ । ଏପ୍ରିଲ ୭ରୁ ୧୦ ପର୍ଯ୍ୟନ୍ତ ସେ ଘରେ ସଂଗରୋଧ ହୋଇ ରହିଥିଲେ। ମାତ୍ର ଗତକାଲି ତାଙ୍କର ନମୁନା ପଜିଟିଭ୍ ଆସିଥିଲା ଓ ତାଙ୍କୁ କିମ୍ସ କୋବିଦ-୧୯ ଡ଼ାକ୍ତରଖାନାକୁ ପଠାଯାଇଛି ।

୫- ୫୪ତମ ସଂକ୍ରମିତ ହେଉଛନ୍ତି ଜଣେ ଯୁବତୀ ଓ ତାଙ୍କ ଘର କେନ୍ଦ୍ରାପଡା ରାଜନଗର ।  ସେ ମାର୍ଚ୍ଚ ୨୯ ତାରିଖରେ ଏକ ଘରୋଇ ଆମ୍ବୁଲାନ୍ସରେ କୋଲକାତାରୁ ବାଲେଶ୍ବର- ଭଦ୍ରକ ଦେଇ ଗାଁକୁ ଆସିଥିଲେ । ରାଜନଗର ନଇଡିଆ ଅଞ୍ଚଳର ଏହି ଯୁବତୀ ମାର୍ଚ୍ଚ ୩୦ରୁ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ଥିଲେ । ୧୧ ତାରିଖରେ ତାଙ୍କ ନମୁନା ପରୀକ୍ଷଣ କରାଯାଇଥିଲା ଓ ତାହା ପଜିଟିଭ୍ ବାହାରିଛି। ତାଙ୍କୁ ତୁରନ୍ତ କଟକର ଅଶ୍ବିନୀ କୋବିଦ-୧୯ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories