www.samajalive.in
Sunday, December 7, 2025
26.1 C
Bhubaneswar

ପଣା ସଂକ୍ରାନ୍ତିକୁ ନେଇ ଲୋକକଥା: ପାପମୁକ୍ତ କରେ ଜଳଛତ୍ର

ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ କ୍ଷୁଧା ବା ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ କରିଥିଲେ। ଏହାପରେ ସେ ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଥିଲେ ଯେ ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ ପାପମୁକ୍ତ ହେବ। ତେଣୁ ପୂର୍ବେ ଏହି ଦିନ ଲୋକେ ପୁଣ୍ୟ ଅର୍ଜନ ପାଇଁ ଜଳଛତ୍ରର ବ୍ୟବସ୍ଥା କରୁଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପରମ୍ପରା ଜାରି ରହିଛି। ଜଳ ବା ପଣା ପ୍ରଦାନ କରାଯାଉ ଥିବାରୁ ଏହି ଦିନକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।

ସେହିପରି ଏହି ଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ବସ୍ତ ଏବଂ ତୁଳସୀକୁ ଜଳ ଅର୍ପଣ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି। ଓଡ଼ିଆମାନେ ଏହି ଦିନ ନିଜନିଜ ଘରେ ଥିବା ତୁଳସୀ ଚଉରା ଉପରେ ଏକ ଜଳଭର୍ତ୍ତି ମାଟିପାତ୍ର ଝୁଲାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ଏହାର ତଳଭାଗରେ ଏକ ଛିଦ୍ର କରିଦିଅନ୍ତି। ଫଳରେ ଜଳ ବିନ୍ଦୁବିନ୍ଦୁ ହୋଇ ତୁଳସୀ ଗଛ ଉପରେ ପଡ଼େ ଏବଂ ମା’ ତୁଳସୀଙ୍କ ଆଶୀର୍ବାଦରୁ ଗୃହସ୍ଥଙ୍କ ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ଏହି ଦିନ ତାରାତାରିଣୀ, ବିରଜା, ଶାରଳା, ପାଟଣା ମଙ୍ଗଳା ପ୍ରଭୃତି ଶକ୍ତିପୀଠଗୁଡ଼ିକରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories