www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ କରୋନା ମୃତ୍ୟୁ ହାର ଚିନ୍ତାଜନକ: ଚୀନ, ଆମେରିକା, ଜର୍ମାନୀଠାରୁ ଆଗରେ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଚୀନ, ଆମେରିକା ଏବଂ ଜର୍ମାନୀ ଭଳି ଦେଶରେ ହାହାକାର ସୃଷ୍ଟି ହୋଇଛି। କିନ୍ତୁ ଭାରତରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣାଧୀନ ରହିଛି। ଭାରତରେ ଏବେ ସୁଦ୍ଧା ୮୨୦୦ ରୋଗୀ ଏହି ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ଅଧିକ ରହିଥିବା ଜଣାପଡ଼ିଛି।

ଭାରତରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ବିଶ୍ବବ୍ୟାପୀ ଦେଶଗୁଡ଼ିକର ସ୍ଥିତି ରିପୋର୍ଟ ଅନୁସାରେ ଆମେରିକା, ଜର୍ମାନୀ, ଚୀନରେ ଯେତେବେଳେ ଆକ୍ରାନ୍ତ ସଂଖ୍ୟା ଭାରତ ସହିତ ସମାନ ଥିଲା ଅର୍ଥାତ ୭/୮ ହଜାର ଭିତରେ ରହିଥିଲା ସେତେବେଳେ ସେହି ଦେଶଗୁଡ଼ିକରେ ମୃତ୍ୟୁ ସଂଖ୍ୟା ଭାରତ ତୁଳନାରେ ବହୁତ କମ୍‌ ଥିଲା। ରିପୋର୍ଟ ଅନୁସାରେ, ଭାରତରେ ୧ଲକ୍ଷ ୭୧ ହଜାର ଲୋକଙ୍କ ପରୀକ୍ଷା କରାଯିବା ପରେ ୭୪୪୭ ରୋଗୀ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମେରିକାରେ ଯେତେବେଳେ ୭୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେତେବେଳେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଜର୍ମାନୀରେ ଯେଉଁଠି ୭୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେହି ସମୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଚୀନରେ ୭୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ତଥ୍ୟନୁ ଅନୁଧ୍ୟାନ କଲେ ଭାରତରେ ମୃତ୍ୟୁ ହାର ଅଧିକ ରହିଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଭାରତରେ ୭୪୪୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁହାର ୩.୨୧ ପ୍ରତିଶତ ରହିଛି। ଅନ୍ୟପଟେ ରୋଗୀଙ୍କ ସଂଖ୍ୟାକୁ ତୁଳନା କରାଗଲେ ଆମେରିକାରେ ମୃତ୍ୟୁ ହାର ୧.୪୧%, ଜର୍ମାନୀରେ ୦.୧୮%, ଚୀନରେ ୨.୨% ରହିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories