www.samajalive.in
Sunday, December 7, 2025
16.1 C
Bhubaneswar

ଆଗକୁ ପର୍ବପର୍ବାଣୀ, କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ଆଗକୁ ବହୁ ପର୍ବପର୍ବାଣୀ ଆସୁଥିବାରୁ କରୋନା ଭୂତାଣୁର ମୁକାବିଲା ପାଇଁ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କୌଣସି ପ୍ରକାରର ସାମାଜିକ, ଧାର୍ମିକ କିମ୍ବା ଅନ୍ୟାନ୍ୟ ସମାବେଶକୁ ଅନୁମତି ନ ଦେବା ପାଇଁ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଏ ଦିଗରେ ସମସ୍ତ ପ୍ରକାରର ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ତଥା ଆଇନ୍‍ ଶୃଙ୍ଖଳା ରକ୍ଷା କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। କୌଣସି ପ୍ରକାରର ଆପତ୍ତିଜନକ ଲେଖା କିମ୍ବା ମିଥ୍ୟା ଖବରର ପ୍ରଚାରକୁ ରୋକିବା ଲାଗି ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିବା ପାଇଁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ମନ୍ତ୍ରଣାଳୟ ପୁଣି କହିଛି, ସର୍ବସାଧାରଣ, ସାମାଜିକ ଓ ଧାର୍ମିକ ସଂଗଠନ ଏବଂ ଅନ୍ୟ କର୍ତ୍ତୃପକ୍ଷମାନଙ୍କୁ ଅବଗତ କରିବା ଲାଗି ଏ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀଗୁଡ଼ିକର ବ୍ୟାପକ ରୂପେ ପ୍ରଚାର ହେବା ଆବଶ୍ୟକ। ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାର ଲଙ୍ଘନ କ୍ଷେତ୍ରରେ ଦୁର୍ବିପାକ ପରିଚାଳନା ଆଇନ୍‍ ଓ ଭାରତୀୟ ପିଙ୍ଗଳ ଆଇନ୍‍ର ବିଭିନ୍ନ ଧାରା ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ମନ୍ତ୍ରଣାଳୟ କହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories