www.samajalive.in
Sunday, December 7, 2025
26.1 C
Bhubaneswar

୨୧ ବିଦେଶୀ ନାଗରିକ ଓ ଜମାତ ସଦସ୍ୟଙ୍କୁ ଧରିଥିବା ପୁଲିସ ଅଧିକାରୀ କରୋନାରେ ଆକ୍ରାନ୍ତ

ମୁମ୍ବଇ: ମହାରାଷ୍ଟ୍ରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ୨୧ ବିଦେଶୀ ନାଗରିକ ଏବଂ ଜବଲିଗୀ ଜମାତ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ପୁଲିସ ଅଧିକାରୀ ଜଣକ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଜବଲିଗୀ ଜମାତ ଆୟୋଜନ ପରେ ମହାରାଷ୍ଟ୍ରର ମୁମ୍ବ୍ରାରେ ୨୧ ବିଦେଶୀ ନାଗରିକଙ୍କୁ ଧରିବା ଲାଗି ଏକ ଅଭିଯାନର ନେତୃତ୍ଵ ନେଇଥିଲେ।

ଅଭିଯାନ ସମୟରେ ପୁଲିସ ଅଧିକାରୀ ଜଣକ ୧୩ ବାଂଲାଦେଶୀ ଏବଂ ୮ ମାଲେସୀୟ ନାଗରିକଙ୍କୁ ଧରିଥିଲେ, ଯେଉଁମାନେ ମାର୍ଚ୍ଚରେ ତବଲିଗୀ ଜମାତରେ ଅଂଶଗ୍ରହଣ କରିଥିଲେ। ଏହି ୨୧ ବିଦେଶୀ ନାଗରିକ ପ୍ରଥମେ ତାମିଲନାଡୁ ଏବଂ ପରେ ମହାରାଷ୍ଟ୍ରର ମୁମ୍ବ୍ରା ଯାଇଥିଲେ। ପରେ ସେଠାରେ ମସଜିଦ ଏବଂ ସ୍କୁଲରେ ଲୁଚି ରହିଥିଲେ। ସରକାରଙ୍କ ପରାମର୍ଶ ଏବଂ ନିବେଦନ ସତ୍ବେ ସେମାନେ ପ୍ରଶାସନ ନିକଟରେ ହାଜର ହୋଇ ନ ଥିଲେ। ଏହା ପରେ ସେମାନଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ମୁମ୍ବ୍ରା ପୁଲିସ ମସଜିଦ ଏବଂ ସ୍କୁଲରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ପୁଲିସ ପକ୍ଷରୁ ସ୍କୁଲ ଏବଂ ମସଜିଦ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଦେଶୀ ନାଗରିକଙ୍କୁ ଶରଣ ଦେବା ଏବଂ ପ୍ରଶାସନକୁ ଅବଗତ ନ କରାଇବା ଅଭିଯୋଗରେ ମାମଲା ରୁଜୁ କରିଛି।

- Advertisement -

ବିଦେଶୀମାନଙ୍କୁ ଗିରଫ କରିବା ପରେ ଅଭିଯାନର ନେତୃତ୍ଵ ନେଇଥିବା ପୁଲିସ ଅଧିକାରୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ତାଙ୍କର ପରୀକ୍ଷା କରାଯିବା ପରେ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ନାସିକର ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories