www.samajalive.in
Sunday, December 7, 2025
16.1 C
Bhubaneswar

ରାଜଗାଙ୍ଗପୁରରେ ଫୁଟିଲା ଗୁଳି; ଜଣେ ଆହତ

ରାଜଗାଙ୍ଗପୁର: ସାଧାରଣ କଥାରୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ  ଗୁଳିମାଡ଼ ହେବା ସୁନ୍ଦରଗଡ଼ ଜିଲାର ଅନ୍ୟତମ ଶିଳ୍ପ ସହର ରାଜଗାଙ୍ଗପୁରରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ପୁଲିସ ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା କୁମ୍ଭାର ପଡା ବସ୍ତିରେ ଅର୍ଜୁନ ବଡାଇକଙ୍କ ସହ ସେହି ଅଞ୍ଚଳର ମନୀଷ ଦାସ ନାମକ ଜଣେ ବ୍ୟକ୍ତିଙ୍କର ପୂର୍ବ ଶତ୍ରୁତା ରହିଥିଲା । ସେହି ଘଟଣାକୁ କେନ୍ଦ୍ରକରି ଅର୍ଜୁନଙ୍କୁ ମନୀଷ ଗୁଳି କରିଥିଲା। ଗୁଳିଟି ତାଙ୍କ ହାତରେ ବାଜିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ପୁଲିସ ମନୀଷଙ୍କୁ ଗିରଫ କରିଛି ଓ ସେ ବ୍ୟବହାର କରିଥିବା ଦେଶୀ ବନ୍ଧୁକଟିକୁ ଜବତ କରିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories