ବିଦେଶୀଙ୍କ ହାତରେ ଭାରତୀୟଙ୍କ ଆର୍ଥିକ ତଥ୍ୟ

0

ନୂଆଦିଲ୍ଲୀ: ଭାରତୀୟଙ୍କ ଆର୍ଥିକ ସ୍ଥିତ ସମ୍ପର୍କିତ ତଥ୍ୟ କ୍ରମଶଃ ବିଦେଶୀଙ୍କ ହାତକୁ ଯାଉଛି। ଭାରତର ଏକାଧିକ ଆର୍ଥିକ ସଂସ୍ଥା ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ଭାରତରେ ବିଦେଶର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନ୍‍ବିଏଫ୍‍ସି) ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ବିପଦ ଆଶଙ୍କା ଦେଖାଦେଇଛି ବୋଲି ସେମାନେ ମତ ଦେଇଛନ୍ତି। ଏଥିପାଇଁ କୋହଳ ବ୍ୟବସାୟିକ ନୀତିକୁ ଦାୟୀ କରାଯାଇଛି। ଫେସ୍‍ବୁକ୍‍ ଜରିଆରେ ପ୍ରଘଟ ହୋଇଥିବା ତଥ୍ୟକୁ ଚୀନ୍‍ର ଚାରୋଟି ଟେଲିକମ୍‍ କମ୍ପାନୀ ବ୍ୟବହାର କରିଥିବା ଜଣାପଡ଼ିବା ପରେ ଏହି ଆଶଙ୍କା ବୃଦ୍ଧି ପାଇଛି। ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏସ୍‍ ଏସ୍‍ ମୁନ୍ଦ୍ରା କହିଛନ୍ତି ଯେ ଇତିମଧ୍ୟରେ ଅନେକ ବିଦେଶୀ ଏନ୍‍ବିଏଫ୍‍ସି ଭାରତରେ ବ୍ୟବସାୟ ଆରମ୍ଭ କରିଛନ୍ତି। ଏନ୍‍ବିଏଫ୍‍ସି କାରବାର ସହିତ ବ୍ୟାଙ୍କର କାରବାର ଓ ତଥ୍ୟର ସମ୍ପୃକ୍ତି ଥିବାରୁ ଉପଭୋକ୍ତାଙ୍କ ସମସ୍ତ ତଥ୍ୟ ସେମାନେ ପାଇପାରୁଛନ୍ତି। ସେହିପରି ସେଣ୍ଟର ଫର ଆଡ୍‍ଭାନ୍ସଡ୍‍ ଫାଇନାନ୍ସିଆଲ୍‍ ରିସର୍ଚ୍ଚ ଆଣ୍ଡ ଲର୍ଣ୍ଣିଂର ପୂର୍ବତନ ନିର୍ଦେଶକ ଜି ଗୋପାଳକ୍ରିଷ୍ଣନ୍‍ କହିଛନ୍ତି ଭାରତୀୟ ଉପଭୋକ୍ତାଙ୍କ ସୁରକ୍ଷା ଦୃଷ୍ଟିରୁ ଭାରତରେ ବିଦେଶୀ ବ୍ୟାଙ୍କକୁ ଆରବିଆଇ ଅନୁମତି ଦେଇ ନଥିବା ବେଳେ ଏବେ କୋହଳ ସରକାରୀ ନୀତି ଓ କଟକଣାର ସୁଯୋଗ ନେଇ ଅନେକ ଏନ୍‍ବିଏଫ୍‍ସି ଭାରତରେ କାରବାର ଆରମ୍ଭ କରିଛନ୍ତି।

Leave A Reply