www.samajalive.in
Sunday, December 7, 2025
13.1 C
Bhubaneswar

୨୪ ଘଣ୍ଟାରେ ୫୪୦ ସଂକ୍ରମିତ ଚିହ୍ନଟ – ୪୭୩ ସୁସ୍ଥ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ ୫୪୦ ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ନିଶ୍ଚିତ ହେବା ପରେ ମୋଟ୍‍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ହଜାର ୭୩୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୭୩ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ନିଜ ନିଜର ଘରକୁ ଚାଲିଯାଇଥିବା ବେଳେ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭେଣ୍ଟିଲେଟର ପରିଚାଳନା, ସଂକ୍ରମଣ ରୋକିବା ଯୋଜନା ଓ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଟିମ୍‍ ଗଠନ କରିଛି। ସେ କହିଛନ୍ତି, ଏହି ଟିମ୍‍ଗୁଡ଼ିକୁ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ଭଳି ୯ଟି ରାଜ୍ୟକୁ ପଠାଯାଇଛି। ଅଗ୍ରୱାଲ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଉଦ୍ୟମରେ ସାହାଯ୍ୟ କରିବା ଲାଗି ଭାରତୀୟ ରେଳବାଇ ୨ହଜାର ୫୦୦ ଡାକ୍ତର ଓ ୩୫ହଜାର ଡାକ୍ତରୀ ସହାୟକ କର୍ମଚାରୀଙ୍କୁ ମୁତୟନ କରିଛି।

ସେ କହିଛନ୍ତି, ରେଳବାଇର ୫୮୬ଟି ସ୍ୱାସ୍ଥ୍ୟ କେନ୍ଦ୍ର, ୪୫ଟି ସବଡିଭିଜନାଲ୍‍ ହସ୍ପିଟାଲ, ୫୬ଟି ଡିଭିଜନାଲ୍‍ ହସ୍ପିଟାଲ, ୮ଟି ପ୍ରଡକସନ୍‍ ୟୁନିଟ୍‍ ହସ୍ପିଟାଲ ଓ ୬ଟି ଜୋନାଲ୍‍ ହସ୍ପିଟାଲ ଏ ଦିଗରେ ଅହରହ କାର୍ଯ୍ୟ କରୁଛି। ସେ ପୁଣି କହିଛନ୍ତି, ନୂଆଦିଲ୍ଲୀରେ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀର ବୈଠକ ବସି ଭୂତାଣୁ ସଂକ୍ରମଣ ରୋକିବା ଓ ଏ ଦିଗରେ ବିଭିନ୍ନ କାର୍ଯ୍ୟର ପରିଚାଳନା ତଥା କୋଭିଡ୍‍-୧୯ ହସ୍ପିଟାଲ୍‍ ସ୍ଥାପନ ଆଦି ଉପରେ ଆଲୋଚନା କରାଯାଇଛି। ରାଜ୍ୟଗୁଡ଼ିକ ସହ ସମନ୍ୱୟରେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସେ କହିଛନ୍ତି, ମନ୍ତ୍ରୀମାନଙ୍କର ଗୋଷ୍ଠୀ ମଧ୍ୟ ଅଧିକ ସଂକ୍ରମିତ ସ୍ଥାନଗୁଡ଼ିକରେ ପରୀକ୍ଷାଗାର ସ୍ଥାପନ ଓ ଅଧିକ ନମୁନା ପରୀକ୍ଷା ଆଦି ବିଷୟ ଉପରେ ଆଲୋଚନା କରିଛନ୍ତି। ସେ ପୁଣି କହିଛନ୍ତି, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ଏନ-୯୫ ମାସ୍କ୍‍ ଏବଂ ଭେଣ୍ଟିଲେଟର ଯୋଗାଣ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories