ଭୁବନେଶ୍ୱର:ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଔଷଧର ହୋମ ଡେଲିଭରୀ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଗୁରୁବାର ଠାରୁ ରାଜଧାନୀବାସୀ ଘରେ ବସି ଅର୍ଡର କଲେ ମିଳିବ ଔଷଧ। ଭୁବନେଶ୍ୱର ରାଜ୍ୟରେ କରୋନା ହଟସ୍ପଟ ଭାବେ ଚିହ୍ନଟ ହେବା କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ଯେଉଁ ଔଷଧ ଦୋକାନମାନେ ରାଜଧାନୀବାସୀ ଅନ୍ଲାଇନ୍ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିାଇବେ । ପ୍ରତି ଥାନା ଅଧୀନରେ ଅତିକମ୍ରେ ୬ଟି ଔଷଧ ଦୋକାନ ସାମିଲ୍ କରାଯାଇଛି । ଆଜି ଠାରୁ ଏହି ଔଷଧ ହୋମ ଡେଲିଭରୀ ସୁବିଧା ମିଳିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାରେ ‘କରୋନା’ରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ଅଛନ୍ତି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ସର୍ବାଧିକ ୩୪ ଜଣ ରହିଛନ୍ତି। ତେବେ କରୋନା ସଂକ୍ରମଣ ରୋକିବାକୁ ବିଏମ୍ସି ପକ୍ଷରୁ ରାଜଧାନୀରେ ୫ଟି ଅଞ୍ଚଳକୁ ସମ୍ପୁର୍ଣ୍ଣ ସିଲ୍ କରିଦିଆଯାଇଛି ଏବଂ ସାନିଟାଇଜ୍ କରାଯାଉଛି। ତେବେ ଏପରିସ୍ଥିତିରେ ଔଷଧ ପାଇଁ ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛନ୍ତି । ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍ସି ପକ୍ଷରୁ ଅନ୍ଲାଇନ୍ରେ ଔଷଧ ମଗାଇବାରେ ବ୍ୟବସ୍ଥା କରଯାଇଛି।



