www.samajalive.in
Sunday, December 7, 2025
14.1 C
Bhubaneswar

କରୋନାକୁ ନେଇ ଆମେରିକା-ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁହାଁମୁହିଁ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି​‌ ସେଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଦାୟୀ କରୁଛନ୍ତି। ଏହା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଚୀନକୁ ସହାୟତା କରିଥିବା ଏବଂ କରୋନା ଭୂତାଣୁକୁ ଲୁଚାଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଆମେରିକା ଏବଂ ଡବ୍ଲ୍ୟୁଏଚଓ ମୁହାଁମୁହିଁ ହୋଇଛନ୍ତି।

ଆମେରିକା ଡବ୍ଲ୍ୟୁଏଚଓକୁ ଦେଉଥିବା ପାଣ୍ଠିକୁ ବନ୍ଦ କରିଦେବାକୁ ଧମକ ଦେବା ସହିତ ଏ ଦିଗରେ ପଦକ୍ଷେପ ଆରମ୍ଭ ହୋଇଯାଇଥିବା ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଡବ୍ଲ୍ୟୁଏଚଓ ଅନେକ ସମୟରେ ଆମେରିକା ସହିତ ଭେଦଭାବ କରିଛି। ଏଭଳି ସ୍ଥିତିରେ ସେ ଆମ ଉପରେ ରାଜନୀତି କରିବାର ଅଭିଯୋଗ ଲଗାଇପାରିବ ନାହିଁ। ଚୀନ ଡବ୍ଲ୍ୟୁଏଚଓକୁ ମାତ୍ର ୪୨ ମିଲିୟନ ଡଲାର ଦେଉଛି। କିନ୍ତୁ ଆମେରିକା ୪୫୦ ମିଲିୟନ ଡଲାର ଦେଉଛି। ଏହାସତ୍ବେ ଡବ୍ଲ୍ୟୁଏଚଓ ସବୁ ଚୀନକୁ ସୁହାଇଲା ଭଳି କାର୍ଯ୍ୟ କରୁଛି। ସେ ଡବ୍ଲ୍ୟୁଏଚଓକୁ ପ୍ରଶ୍ନ କରି କହିଛନ୍ତି, ଡବ୍ଲ୍ୟୁଏଚଓ ଜାନୁୟାରୀ ୧୪ରେ ଏକ ବିବୃତି ଦେଇ କହିଥିଲା ଯେ ଚୀନରେ କରୋନା ଭୂତାଣୁ ମଣିଷଠାରୁ ମଣିଷକୁ ବ୍ୟାପୁ ନାହିଁ। କିନ୍ତୁ ସେତେବେଳେ ତାହା ବ୍ୟାପୁଥିଲା। କିନ୍ତୁ ଡବ୍ଲ୍ୟୁଏଚଓ କାହିଁକି ମିଛ କହିଲା ତାହା ସନ୍ଦେହ ଘେରରେ। ସେହିପରି ଆମେରିକା ନିଜ ଦେଶକୁ ଚୀନ ନାଗରିକଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାରୁ ଡବ୍ଲ୍ୟୁଏଚଓ ଆମେରିକାକୁ ସମାଲୋଚନା କରିଥିଲା। ସେଥିଲାଗି ଟ୍ରମ୍ପ କରୋନା ଭୂତାଣୁକୁ ନେଇ ଡବ୍ଲ୍ୟୁଏଚଓର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ତେବେ ଟ୍ରମ୍ପଙ୍କ ଏପରି ବାରମ୍ବାର ଟାର୍ଗେଟର ପ୍ରତ୍ୟୁତ୍ତର ଦେଇଛନ୍ତି ଡବ୍ଲ୍ୟୁଏଚଓର ଡାଇରେକ୍ଟର ଜେନେରାଲ ଟେଡ୍ରୋସ। ସେ କହିଛନ୍ତି, କରୋନା ଭୂତାଣୁ ପ୍ରସଙ୍ଗକୁ ନେଇ କୌଣସି ପ୍ରକାର ରାଜନୀତି କରିବା ଉଚିତ ନୁହେଁ। ଯଦି ଆପଣ ଏହାକୁ ହାଲ୍‌କାରେ ନେବାକୁ ଚାହୁଁଛନ୍ତି ଏବଂ ସବୁ କଥାକୁ ପ୍ରତ୍ୟାଖ୍ୟାନ କରିବାକୁ ଚାହୁଁଛନ୍ତି ଅଥବା ଯଦି ଚାହୁଁଛନ୍ତି ଆହୁରି ଲୋକ ମରନ୍ତୁ, ତେବେ ଆପଣ ଏହାକୁ ନେଇ ରାଜନୀତି କରନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories