www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ମୁକାବିଲା : କୋଭିଡ-୧୯ ଯାଞ୍ଚ ପାଇଁ ଅଭିନବ ବୈଜ୍ଞାନିକ ଉଦ୍ଭାବନ

• ଟେଲିଫୋନ ବୁଥ ଭଳି ଏହି ପରୀକ୍ଷଣ କେନ୍ଦ୍ରଟି ଚାରିଆଡୁ ଆବଦ୍ଧ ଏବଂ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନେ ଡାକ୍ତରଙ୍କ ସହ ସିଧାସଳଖ ସମ୍ପର୍କରେ ଆସିବେ ନାହିଁ, ଯାହା ରୋଗ ସଂକ୍ରମଣର ପରିବହନକୁ ରୋକି ପାରିବ
• ଜଣେ ରୋଗୀ ଯିବା ପରେ ଏଥିରେ ଥିବା ୟୁଭି ଲାଇଟ୍ ବୁଥକୁ ବିଶୋଧିତ କରିବ
• ଏସସିଟିଆଇଏମଏସଟି ବୈଜ୍ଞାନିକ କୋଭିଡ-୧୯ ରୋଗୀଙ୍କ ଯାଞ୍ଚ ପାଇଁ ଏକ କୀଟାଣୁ ମୁକ୍ତ ସ୍ଥାନାନ୍ତର ଯୋଗ୍ୟ ପରୀକ୍ଷା ବୁଥର ଡିଜାଇନ ଏବଂ ବିକାଶ କରିଛନ୍ତି

ନୂଆଦିଲ୍ଲୀ :  ଭାରତ ସରକାରଙ୍କ ଡିଏସଟି ଅନ୍ତର୍ଗତ ଶ୍ରୀ ଚିତ୍ରା ତିରୁନାଲ ଡାକ୍ତରୀ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ପ୍ରତିଷ୍ଠାନ (ଏସସିଟିଆଇଏମଏସଟି)ର ବୈଜ୍ଞାନିକମାନେ କୋଭିଡ-୧୯ ରୋଗୀଙ୍କ ଯାଞ୍ଚ ପାଇଁ ଏକ ସଂକ୍ରମଣମୁକ୍ତ ତଥା ସ୍ଥାନାନ୍ତର ଯୋଗ୍ୟ ବୁଥର ଡିଜାଇନ୍ ବିକଶିତ କରିଛନ୍ତି ।

- Advertisement -

ନବସୃଜନ ଚିନ୍ତାଧାରାରେ ବିକଶିତ ଏହି ସଂକ୍ରମଣମୁକ୍ତ ପରୀକ୍ଷଣ ବୁଥଟି ଟେଲିଫୋନ୍ ବୁଥ୍ ଭଳି ଆବଦ୍ଧ ହୋଇ ରହିଛି ଯାହାଦ୍ୱାରା ରୋଗୀମାନେ ସିଧାସଳଖ ଡାକ୍ତରଙ୍କ ସଂସ୍ପର୍ଶରେ ଆସିବେ ନାହିଁ । ଫଳରେ ସଂକ୍ରମଣଜନିତ ପରିବହନକୁ ରୋକାଯାଇ ପାରିବ । ଏହି ବୁଥରେ ଏକ ଲ୍ୟାମ୍ପ, ଟେବୁଲ ଫ୍ୟାନ୍, ରେକ୍ ଏବଂ ଅଲଟ୍ରାଭାଓଲେଟ (ୟୁଭି) ଲାଇଟର ବ୍ୟବସ୍ଥା ରହିଛି ।

ଏହି ବୁଥରେ ଥିବା ୟୁଭି ଲାଇଟ୍ ଜଣେ ରୋଗୀ ଯିବା ପରେ ବୁଥ୍ ଅବା ଚ୍ୟାମ୍ବରକୁ ବିଶୋଧିତ କରିବ । ଏଥିରେ ଥିବା ୟୁଭି ଲାଇଟର ୱେଭ୍ ଲେନ୍ଥ ୨୫୪ ଏନ୍ଏମ୍ ଏବଂ ୧୫ ୱାଟ୍ ରେଟିଂର ରହିଛି, ଯାହାକି ମାତ୍ର ୩ ମିନିଟ୍ ମଧ୍ୟରେ ଭୂତାଣୁ ସଂକ୍ରମଣକୁ ବିଶୋଧିତ କରିପାରିବ । ରୋଗୀମାନଙ୍କର ଶାରୀରିକ ପରୀକ୍ଷା ପାଇଁ ଏହି ବୁଥରେ ହଳେ ଗ୍ଲୋବ୍ସ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଚ୍ୟାମ୍ବର ମଧ୍ୟ ଦେଇ ଥିବା ସୁଢ଼ଙ୍ଗରେ ଷ୍ଟେଥୋସ୍କୋପ ଯିବାର ବ୍ୟବସ୍ଥା କରାଯାଇଛି । ଏହି ବିଶେଷତ୍ୱ ଯୋଗୁଁ ଡାକ୍ତର ରୋଗୀ ଶରୀରରେ ଷ୍ଟେଥୋସ୍କୋପ ଲଗାଇ ହୃଦସ୍ପନ୍ଦନ ଓ ଶ୍ୱାସକ୍ରିୟାର ଶବ୍ଦ ଶୁଣିପାରିବ ।

ପରୀକ୍ଷା ପରେ ରୋଗୀକୁ ଚ୍ୟାମ୍ବର ଖାଲି କରିବାକୁ ଅନୁରୋଧ କରାଯିବ ଏବଂ ୟୁଭି ଲାଇଟକୁ ୩ ମିନିଟ୍ ପାଇଁ ଜଳାଇ ଦିଆଯିବ ଯେତେବେଳେ ୟୁଭି ଲାଇଟର ପ୍ରଭାବ ସମାପ୍ତ ହେବ ତା’ପରେ ପରବର୍ତ୍ତୀ ରୋଗୀଙ୍କୁ ପରୀକ୍ଷା କରାଯିବ । ଏହିଭଳି ଭାବେ ପରୀକ୍ଷା ପର୍ୟ୍ୟାୟ ଜାରି ରହିବ । ଏହି ପରୀକ୍ଷଣ ବୁଥର ପରିସୀମା ୨୧୦ ସେ.ମି. (ଉଚ୍ଚତା) X ୧୫୦ (ଦୈର୍ଘ୍ୟ) X  ୧୨୦ ସେ.ମି.(ପ୍ରସ୍ଥ) ଯାହାକି ରୋଗୀକୁ ଆବଶ୍ୟକ ସ୍ଥାନ ଯୋଗାଇ ଦେବ ।

‘ଅଧିକ ମାତ୍ରାରେ ସଂକ୍ରମଣ ସୃଷ୍ଟି କରୁଥିବା ଏହି ସଙ୍କଟ ସମୟରେ ଡାକ୍ତର ଏବଂ ସମ୍ମୁଖ ଭାଗରେ ରହି କାର୍ୟ୍ୟ କରୁଥିବା ମେଡିକାଲ କର୍ମଚାରୀମାନଙ୍କୁ ଉଚ୍ଚମାନର ନିରାପତା ସୁବିଧା ଯୋଗାଇ ଦେବା ପାଇଁ ଏଥିରେ ଅଗ୍ରାଧିକାର ଦିଆଯାଇଛି । ସମସ୍ତ ପ୍ରକାରର କ୍ଲିନିକ୍ ଉପକରଣ ସହିତ ଅନେକ ବୁଝିବିଚାରି ଡିଜାଇନ୍ କରାଯାଇଥିବା ଏହି ବୁଥ୍ ଏ କ୍ଷେତ୍ରରେ ଏକ ଉତ୍ତମ ପଦକ୍ଷେପ’ ବୋଲି ଡିଏସଟିର ସଚିବ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories