www.samajalive.in
Monday, December 8, 2025
14.1 C
Bhubaneswar

ଫାଭିପିରାଭିରରେ ଭଲ ହେବ କରୋନା !

ନ୍ୟୁୟର୍କ : କରୋନା ଭୂତାଣୁର ଚିକିତ୍ସା ପାଇଁ ଏଯାଏ କୌଣସି ନିର୍ଦିଷ୍ଟ ଔଷଧ ଆବିଷ୍କାର ହୋଇନାହିଁ । ତେବେ ଜାପାନୀ ଭେଷଜ ବିଜ୍ଞାନୀମାନଙ୍କ ଦ୍ବାରା ଆବିଷ୍କୃତ ଏକ ନିର୍ଦିଷ୍ଟ ଔଷଧ କରୋନା ମୁକାବିଲା ନିମନ୍ତେ ଉପଯୋଗୀ ହୋଇପାରେ ବୋଲି ଜାପାନ ସରକାର ଦାବି କରିଛନ୍ତି । ଏହି ଔଷଧର ପ୍ରଥମ କ୍ଲିନିକାଲ ଟ୍ରାଏଲ୍ ଆମେରିକାରେ ଆରମ୍ଭ ହୋଇଛି । ୭ ଅପ୍ରେଲରେ ମାସାଚ୍ୟୁସେଟ୍ ଡ଼ାକ୍ତରରଖାନାରେ କରୋନା ସଂକ୍ରମିତଙ୍କୁ ଏହି ଔଷଧରେ ଚିକିତ୍ସା ଆରମ୍ଭ ହୋଇଛି । ସବୁଠାରୁ ଆଶ୍ବସ୍ତିକର ଖବର ହେଉଛି ଏହି ଡ଼ାକ୍ତରଖାନାର ଭେଷଜ ବିଶେଷଜ୍ଞ ଡ଼ା. ରବର୍ଟ ଡ଼ବ୍ଲ୍ୟୁ ଫିନବର୍ଗ ଏହି ଔଷଧର ସମ୍ଭାବ୍ୟ ସଫଳତାକୁ ନେଇ ବହୁତ ଆଶାବାଦୀ । ସେ କହିଛନ୍ତି – ‘ଦି ଡ଼୍ରଗ୍ ଲୁକ୍ସ ପ୍ରମିଜିଙ୍ଗ’ । ବୋଷ୍ଟନ ଗ୍ଲୋବ୍ ସମ୍ବାଦପତ୍ରରେ ପ୍ରକାଶିତ ତାଙ୍କର ସାକ୍ଷାତକାରରେ ଡ଼ା. ଫିନ୍ ବର୍ଗ ଏହି ଔଷଧ ସଫଳ ହୋଇପାରେ ବୋଲି କହିଛନ୍ତି ।
ଆଭିଗାନ ବ୍ରାଣ୍ଡରେ ପ୍ରସ୍ତୁତ ଏହି ଔଷଧର ନାମ ଫାଭିପିରାଭିର୍ । ଜାପାନର ଫୁଜି ଫିଲ୍ମ କମ୍ପାନୀର ସହଯୋଗୀ କମ୍ପାନୀ ଏହି ଔଷଧର ପ୍ରସ୍ତୁତକର୍ତା ଏବଂ ଜାପନରେ ଏହି ଔଷଧ କିଛି ଦଶକ ପୂର୍ବରୁ ଫ୍ଲୁ ପରି ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିଲା। ଯଦିଓ ଏହି ଔଷଧ କରୋନାକୁ ଭଲ କରି ପାରିବ ବୋଲି କିଛି ପ୍ରମାଣସିଦ୍ଧ ତଥ୍ୟ ନାହିଁ ତଥାପି ଏହି ଔଷଧର ପ୍ରୟୋଗକୁ ନେଇ ଡ଼ାକ୍ତରମାନେ ଆଶାବାଦୀ ଅଛନ୍ତି । ଡ଼ା. ଫିନବର୍ଗ କହିଛନ୍ତି ଏହି ଔଷଧ କରୋନାକୁ ସମ୍ପୂର୍ଣ୍ଣ ଭଲ କରିପାରିବ କି ନାହିଁ ତାହା ବର୍ତ୍ତମାନ କହିବା ସଠିକ୍ ସମୟ ନୁହେଁ । ଏଥିପାଇଁ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories