• ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ
• ଗଠନମୂଳକ ଓ ସକାରାତ୍ମକ ରାଜନୀତି ତଥା ଦେଶର ସୁଦୃଢ ଗଣତାନ୍ତ୍ରିକ ଭିତ୍ତିଭୂମି ଓ ସମଭାବାପନ୍ନ ସଂଘୀୟ ବ୍ୟବସ୍ଥା ଆଜିର ଆଲୋଚନାରେ ପ୍ରତିଫଳିତ – ପ୍ରଧାନମନ୍ତ୍ରୀ
• ଦେଶର ଅବସ୍ଥା ବର୍ତ୍ତମାନ ସାମାଜିକ ଜରୁରିସ୍ଥିତି ସହିତ ସମାନ; ଏଥିପାଇଁ ଆମକୁ କଠୋର ନିଷ୍ପତ୍ତି ନେବା ସହିତ ସତର୍କତା ଅବଲମ୍ବନ କରିବାକୁ ହେବ
• ସଂକ୍ରମଣ ରୋକିବା ପାଇଁ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଲକଡାଉନ ଅବଧି ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି
• ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କ• ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ
• ଗଠନମୂଳକ ଓ ସକାରାରେ ବିଭିନ୍ନ ପରାମର୍ଶ ଓ ସମ୍ଭାବ୍ୟ ପଦକ୍ଷେପ ନେଇ ପ୍ରସ୍ତାବ ଦେଲେ ନେତୃବୃନ୍ଦ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ବୁଧବାର ସଂସଦର ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।
ସମଗ୍ର ବିଶ୍ଵ ବର୍ତ୍ତମାନ କୋଭିଡ-୧୯ର ଜଟିଳ ପରିସ୍ଥିତି ସାମନା କରୁଛି । ବର୍ତ୍ତମାନର ପରିସ୍ଥିତି ମାନବ ଜାତିର ଇତିହାସକୁ ମଧ୍ୟ ପରିବର୍ତ୍ତନ କରିଦେଇପାରେ। ଏହାକୁ ପ୍ରତିହତ କରିବା ପାଇଁ ଆମକୁ ସର୍ବବିଧ ଉଦ୍ୟମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଗୁଡିକ କେନ୍ଦ୍ର ସହ ସମତାଳରେ କରୋନା ସଂକ୍ରମଣର ପ୍ରତିକାର ପାଇଁ କାମ କରୁଥିବାରୁ ସେ ରାଜ୍ୟ ସରକାରଗୁଡିକୁ ପ୍ରଶଂସା କରିଛନ୍ତି । ପ୍ରତ୍ୟେକ ନାଗରିକ ଏହି ସଂଗ୍ରାମର ମୁକାବିଲା କରିବା ପାଇଁ ଲକଡାଉନ ଓ ଜନତା କର୍ଫ୍ୟୁ ସମୟରେ ସାମାଜିକ ଦୁରତ୍ଵକୁ ଅତ୍ୟନ୍ତ ଶୃଙ୍ଖଳା ଓ ନିଷ୍ଠାର ସହ ପାଳନ କରିଥିବାରୁ ସେମାନେ ପ୍ରଶଂସାର ପାତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ ଉତ୍ପନ୍ନ ସ୍ଥିତିର ପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ପୃଥିବୀର କେତେକ ଦେଶ ମଧ୍ୟରେ ଭାରତ ଏପର୍ୟ୍ୟନ୍ତ ସଂକ୍ରମଣର ପ୍ରଭାବକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିଥିଲେ । ମାତ୍ର ପରିସ୍ଥିତି ସବୁବେଳେ ବଦଳୁଥିବାରୁ ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ବର୍ତ୍ତମାନ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି । ଦେଶକୁ କଠୋର ନିଷ୍ପତ୍ତି ନେବା ସହ ସତର୍କ ରହିବାକୁ ପଡିବ । ଲକଡାଉନର ଅବଧି ବୃଦ୍ଧି କରିବା ପାଇଁ କେତେକ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଦେଶକୁ ଏହାର କାର୍ଯ୍ୟ ସଂସ୍କୃତି ଓ କାମ କରିବା ଢଙ୍ଗରେ ପରିବର୍ତ୍ତନ ଆଣିବାକୁ ପଡିବ । ପ୍ରତ୍ୟେକ ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ସରକାର ପ୍ରାଥମିକତା ଦେଉଥିବା ବେଳେ କୋଭିଡ-୧୯ ଯୋଗୁଁ ଦେଶ ଗୁରୁତର ଆର୍ଥିକ ଆହ୍ୱାନର ସମ୍ମୁଖିନ ହେଉଛି ବୋଲି ସେ କହିଛନ୍ତି । ତେବେ ସରକାର ଏହି ଆହ୍ଵାନକୁ ମୁକାବିଲା କରିବା ଲାଗି ଅଙ୍ଗୀକାରବଦ୍ଧ ।
ସରକାରଙ୍କ ଉଚ୍ଚ ପଦାଧିକାରୀମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ଏହାର ସୁବିଧା ଦେବାଠୁ ଆରମ୍ଭ କରି ଏଭଳି ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ସୂଚନା ଦେଇଥିଲେ ।
ଆଲୋଚନାରେ ଯୋଗଦେଇଥିବା ନେତାମାନେ ସମୟୋଚିତ ପଦକ୍ଷେପ ନେଇଥିବାରୁ ଏହାର ପ୍ରଶଂସା କରିବା ସହ ସମଗ୍ର ଦେଶ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ସହିତ ରହିଛି ବୋଲି କହିଥିଲେ । ସେମାନେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କର ନୈତିକ ମନୋଭାବ ବୃଦ୍ଧି, ପରୀକ୍ଷା ନିରୀକ୍ଷା ସୁଯୋଗ ବୃଦ୍ଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କ୍ଷୁଧା ଓ ଅପପୃଷ୍ଟିର ଆହ୍ଵାନକୁ ସାମ୍ନା କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନେ ଲକଡାଉନ ଅବଧି ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏଭଳି ଗଠନମୂଳକ ପ୍ରସ୍ତାବ ଓ ନିଆଯାଇଥିବା ପଦକ୍ଷେପ ପାଇଁ ନେତାମାନଙ୍କୁ ଧନ୍ୟବାଦ ଦେବା ସହ ଦେଶର ଗଣତାନ୍ତ୍ରିକ, ଭିତ୍ତିଭୂମି ଓ ସମନ୍ଵୟ ଭିତ୍ତିକ ସଂଘୀୟ ପରମ୍ପରା ଦୃଷ୍ଟିରୁ ସରକାର ଏସମସ୍ତ ଦିଗରେ ନିଶ୍ଚିତ ଦୃଷ୍ଟି ଦେବେ ବୋଲି କହିଥିଲେ ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ, ଦେଶର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବରିଷ୍ଠ ପଦାଧିକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।



