www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲୀ ଜନ୍ତୁଙ୍କୁ ଡେଇଁଲା କରୋନା; ନ୍ୟୁୟର୍କର ବ୍ରୋନ୍‌କ୍ସ ଚିଡ଼ିଆଖାନାରେ ମହାବଳ ବାଘ ସଂକ୍ରମିତ

ନ୍ୟୁୟର୍କ: ମଣିଷଙ୍କ ପରେ ଜଙ୍ଗଲ ଜନ୍ତୁଙ୍କୁ ଡେଇଁଛି କରୋନା ଭୂତାଣୁ। କେତେକ ଦେଶରେ ବିଲେଇ ଏବଂ କୁକୁର କରୋନାରେ ଆକ୍ରାନ୍ତ ହେଉଥିବା ଖବର ପଦାକୁ ଆସିବା ପରେ ଆମେରିକାର ନ୍ୟୁୟର୍କରେ ଥିବା ବ୍ରୋନ୍‌କ୍ସ ଚିଡ଼ିଆଖାନାରେ ଏକ ମହାବଳ ବାଘ ଏହି ମହାମାରୀ ଭୂତାଣୁ ଦ୍ବାରା ସଂକ୍ରମିତ​‌ ହୋଇଥିବା ଜଣାପଡ଼ିଛି। ବାଘର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ତାହା କରୋନା ପଜିଟିଭ ଆସିଛି। ଫଳରେ ଚିଡ଼ିଆଖାନାର ଅନ୍ୟ ଜୀବଜନ୍ତୁଙ୍କୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି।

ଏହି ବାଘଟି ଏକ ମାଈ ବାଘ ଏବଂ ମାଲୟାଲନ ପ୍ରଜାତିର। ବାଘଟିର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ଏହି ବାଘ ସମେତ ଅନ୍ୟ ୪ଟି ବାଘ ଏବଂ ସିଂହଙ୍କଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିବା ପରେ ଚିଡିଆଖାନା କର୍ତ୍ତୃପକ୍ଷ ସେମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ସେଥିରୁ ଗୋଟିଏ ବାଘ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି ବୋଲି ଆମେରିକାର କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, ଆମେରିକାରେ କରୋନା ଭୂତାଣୁ ଅତି ଭୟଙ୍କର ରୂପ ନେଇସାରିଛି। ଦେଶରେ ବର୍ତ୍ତମାନ ସୁଦ୍ଧା 3ଲକ୍ଷ ୩୬ ହଜାର ୮୫୧ ଜଣ କରୋନା ଦ୍ବାରା ଆକ୍ରାନ୍ତ ଥିବାବେଳେ ୯ ହଜାର ୬୨୦ ଜଣ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଦେଶରେ ଏକ ଚିଡ଼ିଆଖାନାରେ ଜନ୍ତୁ କରୋନାରେ ଆକ୍ରାନ୍ତ ହେବା ଭଳି ପ୍ରଥମ ଘଟଣା ସାମ୍ନାକୁ ଆସିଛି। ବିଶ୍ବରେ ମଧ୍ୟ ଅନ୍ୟ କୌଣସି ଦେଶରେ ଏପରି ଘଟଣା ଏଯାଏ ସାମ୍ନାକୁ ଆସିନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories