www.samajalive.in
Monday, December 8, 2025
16.1 C
Bhubaneswar

ବିଦ୍ୟୁତ ଗ୍ରୀଡ଼ରେ ହେବନି ଅସ୍ଥିରତା – ସ୍ପଷ୍ଟ କଲା ଶକ୍ତି ମନ୍ତ୍ରାଳୟ

ସମାଜ ପୋର୍ଟାଲ ଡେସ୍କ: ଶକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଆଜି ରାତି ୯ଟା ସମୟରେ ଲାଇଟ୍ ଅଫ କରିବା ସମୟରେ ଗ୍ରୀଡ୍ ସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛି। ଲାଇଟ୍ ବନ୍ଦ କରିବା ପରେ ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜରେ ପରିବର୍ତ୍ତନ ଆଶଙ୍କା ନେଇ ଶକ୍ତି ମନ୍ତ୍ରାଳୟ ଏହି ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ବିଦ୍ୟୁତ୍ ଗ୍ରୀଡ୍ ଦୃଢ ଏବଂ ସ୍ଥିର ଅଟେ। ପ୍ରଧାନମନ୍ତ୍ରୀଙ୍କ ଅପିଲ ଅନୁଯାୟୀ ଆଜି ରାତି ୯ଟାରୁ ୯ଟା ୯ ମିନିଟ ପର୍ଯ୍ୟନ୍ତ କେବଳ ଘରେ ଲାଗିଥିବା ଲାଇଟ୍ ବନ୍ଦ ରହିବ କିନ୍ତୁ କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଉପକରଣ ବନ୍ଦ କରିବା ଆବଶ୍ୟକ ନାହିଁ।

ଶକ୍ତି ମନ୍ତ୍ରଣାଳୟ କହିଛି ଯେ ଏହି ସମୟରେ ହସ୍ପିଟାଲ, ମ୍ୟୁନିସିପାଲିଟି, ଅଫିସ୍, ପୋଲିସ୍ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଜରୁରୀ ସେବା ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଆହ୍ୱାନ କେବଳ ବାସଗୃହରେ ଲାଇଟ୍ ବନ୍ଦ କରିବା ନେଉ ଉଦ୍ଦିଷ୍ଟ। ଜନସାଧାରଣଙ୍କ ସୁରକ୍ଷା ପାଇଁ ଷ୍ଟ୍ରିଟ୍ ଲାଇଟ୍ ଜଳାଇ ରଖିବାକୁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories