ଦିଲ୍ଲୀ: କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ଡ଼ାଉନ୍ । ଓଡ଼ିଶା ପରି କିଛି ରାଜ୍ୟରେ ଏହାକୁ ଅତି କଠୋର ଭାବରେ ପାଳନ ପାଇଁ ବ୍ୟବସ୍ଥା ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଭିନ୍ନ ସବୁ ଦୋକାନବଜାର ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ମାତ୍ର ମଦୁଆଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ବଡ଼ ଅସହ୍ୟ ହୋଇଛି । ମଦ ପିଇବା ପାଇଁ କେରଳରେ ଡ଼ାକ୍ତରୀ ଚିଠା ବାହାନାରେ ଲୋକ ମଦ କିଣୁଛନ୍ତି । ହେଲେ ଦିଲ୍ଲୀର ମଦୁଆ ମଦ ପାଇଁ ସିଧା ଭାଙ୍ଗିଛନ୍ତି ମଦ ଦୋକାନ ତାଲା। ଘଟଣାଟି ଘଟିଛି ଉତ୍ତର ଦିଲ୍ଲୀର ରୋଶନାରା ରୋଡ଼ ଅଞ୍ଚଳରେ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ କଞ୍ଜୁମର କୋ ଅପରେଟିଭ ହୋଲସେଲ୍ ଷ୍ଟୋର ଲିମିଟେଡ଼୍ (ଡ଼ିସିସିଡ଼ବ୍ଲୁଏସ୍)ର ମଦ ଦୋକାନର ତାଲା ଭାଙ୍ଗି କିଛି ପେଟି ମଦ ଚୋରି ହୋଇଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି । ସମ୍ପ୍ରତି ଲକ୍ ଡ଼ାଉନ୍ ଯୋଗୁଁ ଦିଲ୍ଲୀରେ ଅପରାଧ ସଂଖ୍ୟା ୪୨% ପର୍ଯ୍ୟନ୍ତ କମ୍ ହୋଇଛି ।
Popular Categories


