www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମୁକାବିଲା – ରାଜ୍ୟ ସରକାର ପ୍ରସ୍ତୁତ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବେସରକାରୀ ହସ୍ପିଟାଲମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସୂଚନା ମିଳିଛି। ଆକ୍ରାନ୍ତ ବ୍ୟକ୍ତିମାନେ ରହିବା ଓ ଖାଇବା ସହ ସମସ୍ତ ଚିକିତ୍ସା ସେବା ବିନା ଶୁଳ୍କରେ ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କହିଛନ୍ତି। ଅନ୍ୟ ପକ୍ଷରେ ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।ରାଜ୍ୟର ୯୦ ପ୍ରତିଶତ ଜନସାଧାରଣ ଲକ ଡାଉନ ନିୟମ ମାନୁଥିବା ବେଳେ ୧୦ ପ୍ରତିଶତ ଏହା ପାଳନ କରୁନାହାନ୍ତି।  ସେହି ୧୦ ପ୍ରତିଶତ ଅନ୍ୟ ୯୦ପ୍ରତିଶତଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ତେଣୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି।

ଲକ୍ ଡାଉନ୍ ସମୟରେ ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତିମାନଙ୍କୁ ଏକାନ୍ତଵାସରେ ରହିବାକୁ କୁହାଯାଇଛି କିନ୍ତୁ ଏହା ସଠିକ ଭାବେ ପାଳନ ନକରିଥିବାରୁ ୬୧ଟି ମାମଲା ରୁଜ୍ଜୁ କରାଯାଇଥିବା ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି। ସେ କହିଛନ୍ତି ଯେ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବାରୁ ୧୫୦୦ରୁ ଉର୍ଦ୍ଧ୍ୱ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ୧୪୦୦ ଜଣଙ୍କୁ  ଗିରଫ କରାଯାଇଛି। ସେ ଆହୁରି କହିଛନ୍ତି ଯେ ଓଡିଶାରେ ଲକ୍ ଡାଉନ୍ ପାଇଁ ରାଜ୍ୟର ପ୍ରତି ଥାନାକୁ ସୁଦୃଢ କରାଯିବ ସହ ଅଧିକ  ୭୦୦ ଜଣ ସବ୍ଇନସ୍‌ପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ସେହିପରି  ୧୬୨ ପ୍ଲାଟୁନ୍ ପୋଲିସ୍ ଲକ୍ ଡାଉନ୍ ସମୟରେ ନିୟୋଜିତ ଅଛନ୍ତି। ପୋଲିସ୍ ସହ ସହଯୋଗ କରିବାକୁ ଡିଜିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

- Advertisement -

କୋଭିଡ୍ -୧୯ ସଂକ୍ରମଣ ଆଶଙ୍କାରେ ସୋମବାର ସୁଦ୍ଧା ୩୭୦ନମୂନା ଯାଂଚ ପାଇଁ ପଠାଯାଇଛି କିନ୍ତୁ ପୂର୍ବ ଭଳି ୩ଟି ରିପୋର୍ଟ ହିଁ ପଜିଟିଭ୍ ରହିଛି ବୋଲି କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ପ୍ରଥମ ଦୁଇ ଜଣ ପଜିଟିଭଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଛନ୍ତି। ସେହିପରି କରୋନା ସନ୍ଦିଗ୍ଧ ୭୬ ଜଣଙ୍କୁ ବିଭିନ୍ନ ଚିକିତ୍ସାଳୟରେ ଆଇସୋଲେସନ୍ରେ ରଖାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଅନ୍ ଲାଇନ୍ ଓ ୧୦୪ ମାଧ୍ୟମରେ ୧୦ହଜାର ୨୧୭ ଜଣ ବ୍ୟକ୍ତି ପଂଜୀକରଣ କରାଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୪,୨୯୧ ଜଣ ବିଦେଶରୁ ଫେରିଥିବା ବେଳେ ୫,୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି। ଅନ୍ୟରାଜ୍ୟରୁ କାମ ପାଇଁ ଆସି ଓଡିଶାରେ ଅଟକ ଥିବା ପ୍ରାୟ ୨୦ ହଜାର ଶ୍ରମିକଙ୍କୁ ୨୫୦ କ୍ୟାମ୍ପରେ ରଖାଯାଇ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories