www.samajalive.in
Tuesday, December 9, 2025
26.1 C
Bhubaneswar

ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ବର : ଲୋକସେବା ଭବନର କନଭେସନ ହଲରେ ସୋମବାର ଅନୁଷ୍ଠିତ ଐତିହାସିକ ବିଧାନସଭା ଅଧିବେସନରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହୋଇଛି। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍ ଆଜି ସର୍ବସମ୍ମତି କ୍ରମେ ବିଧାନସଭାର ମଞ୍ଜୁରୀ ଲାଭ କରିଛି । କରୋନା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି  ଅର୍ଥମନ୍ତ୍ରୀ ଆଗତ କରିଥିବା ଏକ ଲକ୍ଷ ୫୦ହଜାର କୋଟି ଟଙ୍କାର ବଜେଟ୍‍ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିଲେ ।ଆଜିଠୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି।

ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା। ଅଧିକାଂଶ ବିଧାୟକ ଆଜି ମୁହଁରେ ମାସ୍କ୍ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା।  କରୋନା ସତର୍କତା ସ୍ବରୂପ ହଲ୍‌ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ।

- Advertisement -

ପୂର୍ବ ସୂଚୀ ଅନୁଯାୟୀ ବଜେଟ୍‍  ପାରିତ ପାଇଁ ଅଧିବେଶନ ବସିଥିବାବେଳେ ବାଚସ୍ପତିଙ୍କ ପରାମର୍ଶ ଅନୁସାରେ  ଉଭୟ ଶାସକ ଓ ବିରୋଧୀଦଳରୁ ଅଳ୍ପ ସଂଖ୍ୟକ ବିଧାୟକ ଯୋଗ ଦେଇଥିଲେ । ଅଧିବେଶନ ଆରମ୍ଭ ହେବା ପରେ ୧୫ ମିନିଟ୍‍ ପାଇଁ ଗୃହ ମୁଲତବି ରହିଥିଲା । ଏହାପରେ ଆଲୋଚନା ହୋଇନଥିବା ବିଭାଗ ଗୁଡିକର ଖର୍ଚ୍ଚଦାବି ଗିଲୋଟିନ୍‍ ମାଧ୍ୟମରେ ଗୃହର ସ୍ୱୀକୃତି ଲାଭ କରିଥିଲା ।

ବିଭାଗ ଗୁହିକର ଖର୍ଚ୍ଚଦାବି ଗିଲୋଟିନ୍‍ ମାଧ୍ୟମରେ ପାରିତ ହେବାପରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୦-୨୧ ବର୍ଷପାଇଁ ଚୂଡାନ୍ତ ବଜେଟ୍‍ ଉପସ୍ଥାପନ କରିଥିଲେ । ଏହାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ତାହା ଗୃହର ଅନୁମୋଦନ ଲାଭ କରିଥିଲା । ବଜେଟ୍‍ ପାରିତ ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

 

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories