www.samajalive.in
Tuesday, December 9, 2025
26.1 C
Bhubaneswar

ରାକୁଲ୍‌ଙ୍କ ପରାମର୍ଶ

କ୍ବାରେଣ୍ଟାଇନ୍‌ ସମୟରେ ଚଳଚ୍ଚିତ୍ର ସୁଟିଂକୁ ଏକ ଲମ୍ବା ସମୟ ନିମନ୍ତେ ସ୍ଥଗିତ ରଖାଯାଇଛି। ଏଣୁ କଳାକାରମାନେ ଆଜିକାଲି ଘର କାମରେ ମନ ଦେଇଛନ୍ତି। ଲକ୍-ଡାଉନ୍ କାରଣରୁ ସେମାନଙ୍କ ସହଯୋଗୀମାନେ କୌଣସି ପ୍ରକାର ସହାୟତା କରିପାରୁନାହାନ୍ତି। ଏପରିସ୍ଥଳେ ସୁନ୍ଦରୀ କ୍ୟାଟ୍ରିନା ବାସନ ମାଜୁଥିବାବବେଳେ ସୋନାକ୍ଷୀ ଆଜିକାଲି ପୋଷାକପତ୍ର ସଫା କରୁଛନ୍ତି। ଏଇ ସମୟରେ ଅଭିନେତ୍ରୀ ରାକୁଲ୍ ପ୍ରୀତ୍ ନିଜେ ରୋଷେଇ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥ ଜୀବନଶୈଳୀ ବାବଦରେ ଅବଗତ କରାଇଛନ୍ତି। ସକାଳ ଜଳଖିଆରେ ପରଟା, ତରକାରି ଖାଇବା ସହ ଡ୍ରାଏଫ୍ରୁଟସ୍‌ ସେ ଖାଉଥିବାର ଜଣାଇଛନ୍ତି। ଦ୍ବିପହର ଭୋଜନରେ ସୁଆଦିଆ ପଲଉ ଓ ରାଜମା ତରକାରି ତିଆରି କରି ସପରିବାର ଖାଇବାର ମଜା ନେଇଛନ୍ତି। ତାଙ୍କ ମତରେ ଘରେ ବସି ରହିଲେ, ବିରକ୍ତ ଲାଗିବା ସ୍ବାଭାବିକ। ଏଣୁ ସେ ବିଭିନ୍ନ କାମରେ ଆଜିକାଲି ମନ ଲଗାଉଥିବାର ହସିହିସି ଭିଡିଓରେ କହିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories