www.samajalive.in
Sunday, December 7, 2025
26.1 C
Bhubaneswar

ବିଏସ – ୪ ଗାଡି ବିକ୍ରି ସମୟସୀମା ଏପ୍ରିଲ ୨୪ ଯାଏଁ ବୃଦ୍ଧି କଲେ ସୁପ୍ରିମକୋର୍ଟ 

ସମାଜ ପୋର୍ଟାଲ ଡେସ୍କ: ସାରା ଦେଶରେ ଲକ ଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବିଏସ – ୪ ଗାଡି ବିକ୍ରି ସମୟସୀମା ଏପ୍ରିଲ ୨୪ ଯାଏଁ ବୃଦ୍ଧି କରିଛନ୍ତି। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ମାର୍ଚ୍ଚ ୩୧ ସ୍ଥିର କରିଥିଲେ। ଆଜି ଭିଡିଓ କନଫରେନସିଂ ଜରିଆରେ ଶୁଣାଣି କରି ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦୀପକ ଗୁପ୍ତା ଲକଡାଉନ୍ ଅବଧି ଶେଷ ଦିନ ଠାରୁ ୧୦ ଦିନ ବୃଦ୍ଧି କରିଛନ୍ତି। ୨୧ ଦିନର ଲକଡାଉନ୍ ଅବଧି ଏପ୍ରିଲ୍ ୧୪ରେ ଶେଷ ହେଉଥିବା ବେଳେ ଡିଲରମାନେ ସେମାନଙ୍କର ବିଏସ – ୪ ଷ୍ଟକ୍ ଥିବା ଗାଡି ୨୪ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିକ୍ରି କରିପାରିବେ।

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ଅଟୋ ଇଣ୍ଡଷ୍ଟ୍ରିକୁ ଆଶ୍ବସ୍ତି ମିଳିପାରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ଭାଇରସ୍ ହେତୁ ଲକ ଡାଉନ୍ ଘୋଷଣା ହୋଇଥିବା ବେଳେ ଡିଲରମାନେ ସେମାନଙ୍କ ବିଏସ – ୪ ଗାଡି ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ବିକ୍ରି ହୋଇନଥିବା ବିଏସ – ୪ ଗାଡି ମଧ୍ୟରୁ ଲକଡାଉନ ଶେଷ ହେବାର ୧୦ ଦିନ ମଧ୍ୟରେ ମାତ୍ର ୧୦ ପ୍ରତିଶତ ବିକ୍ରି ହୋଇପାରିବ। ଏହି ନିଷ୍ପତ୍ତିରେ କୋର୍ଟ ଦର୍ଶାଇଛନ୍ତି ଯେ, ଦିଲ୍ଲୀ ଏନସିଆରରେ କୌଣସି ବିଏସ – ୪ ଗାଡି ବିକ୍ରି ହୋଇପାରିବ ନାହିଁ ଏବଂ ବିକ୍ରି ହେବାର ୧୦ ଦିନ ମଧ୍ୟରେ ଗାଡିଗୁଡିକ ପଞ୍ଜିକୃତ ହେବ ଆବଶ୍ୟକ। ୨୧ ଦିନର ଲକଡାଉନ୍ ଅବଧି ଏପ୍ରିଲ୍ ୧୪ରେ ଶେଷ ହେଉଥିବାରୁ ଡିଲରମାନେ ସେମାନଙ୍କର ବିଏସ – ୪ ଷ୍ଟକ୍ ୨୪ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବିକ୍ରି କରିପାରିବେ। ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ଏବଂ ସୋସାଇଟି ଅଫ୍ ଅଟୋମୋବାଇଲ୍ ନିର୍ମାତା ସଂଘ ବିଏସ – ୪ ଗାଡି ବିକ୍ରୟ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୩୧ ସମୟସୀମା ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଶିଳ୍ପରେ ମନ୍ଥରତା ଏବଂ ପରେ କରୋନାଭାଇରସ୍ ମହାମାରୀ ହେତୁ ବିଏସ – ୪ ଇଂଜିନ ବିଶିଷ୍ଟ ୧୫ ହଜାର ଯାତ୍ରୀବାହୀ କାର, ୧୨ ହଜାର ବାଣିଜ୍ୟିକ ଯାନ ଓ ୭ ଲକ୍ଷ ଦୁଇ ଚକିଆ ଯାନ ବିକ୍ରି ନ ହୋଇ ସୋରୁମରେ ପଡି ରହିଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories