www.samajalive.in
Wednesday, December 10, 2025
15.1 C
Bhubaneswar

କରୋନା: ଗରିବଙ୍କ ପାଇଁ ୧.୭ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ ସମସ୍ୟାରେ ପଡୁଛନ୍ତି। କାମକୁ ଯାଇପାରୁ ନ ଥିବାରୁ ଖାଦ୍ୟ ଏବଂ ଅର୍ଥ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ନାମରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଦେଶର ୮୦ କୋଟି ଗରିବଙ୍କୁ ୩ ମାସ ଯାଏ ମୁଣ୍ଡ ପିଛା ଅତିରିକ୍ତ ୫ କି.ଗ୍ରା. ଗହମ ଅଥବା ଚାଉଳ ଏବଂ ୧ କି.ଗ୍ରା. ଡାଲି ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ପିଏମ କିଷାନ ଯୋଜନାରେ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏମଜିଏନଆରଇଜିଏସରେ ଜରୁରୀ ମୂଲ୍ୟ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ବୃଦ୍ଧ ବୃଦ୍ଧ , ବିଧବା, ଭିନ୍ନକ୍ଷମଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ। ନିୟମିତ ଭତ୍ତା ସହ ୧ ହଜାର ଟଙ୍କା ଅତିରିକ୍ତ ୨ ଟି କିସ୍ତିରେ ଦିଆଯିବ । ମହିଳା ଜନଧନ ଯୋଜନାରେ ପ୍ରତି ଆକାଉଣ୍ଟକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାସିକ ୫୦୦ ଟଙ୍କା  ଦିଆଯିବ।  ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ମହିଳାଙ୍କୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଗ୍ୟାସ ଯୋଗାଇ ଦିଆଯିବ। ଏହା ଦ୍ବାରା ଦେଶରେ ପ୍ରାୟ ୮ କୋଟି ମହିଳା ଉପକୃତ ହେବେ। ମହିଳା ସ୍ବୟଂ ସାହାୟିକା ଗୋଷ୍ଠୀ ପାଇଁ  ବିନା ଗ୍ୟାରେଣ୍ଟିରେ ପୂର୍ବରୁ ଏସଏଚଜିଙ୍କୁ ମିଳୁଥିବା ୧୦ଲକ୍ଷର ଋଣ  ଏବେ ବିନା ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କାର ଋଣ ପାଇବେ। କରୋନା ପାଇଁ ସବୁ ରାଜ୍ୟମାନଙ୍କୁ ଡିଏମଏଫ ପାଣ୍ଠି  ଖର୍ଚ୍ଚ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିବେଦନ କରିଛନ୍ତି । କରୋନା ଟେଷ୍ଟ, ଚିକିତ୍ସା, ଔଷଧ ପାଇଁ ଏହି ପାଣ୍ଠିକୁ ଖର୍ଚ୍ଚ କରିବା ସେ କହିଛନ୍ତି । ମନରେଗା ଯୋଜନାରେ ଶ୍ରମିକଙ୍କୁ  ଅତିରିକ୍ତ ୨ ହଜାର ଟଙ୍କା ଦିଆଯିବ। ଏହା ଦ୍ବରା ୫ କୋଟି ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ସିଧା ସଳଖ ଜମହେବ । ଏପ୍ରିଲ ପ୍ରଥମ ସପ୍ତାହରେ ଏହି ଟଙ୍କା ଜମା କରାଯିବ।

ସେହିପରି କରୋନା ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସରକାର ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମୀ, ଆଶା ର୍କମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରିଛନ୍ତି। କରୋନା ମୁକାବିଲା କରୁଥିବା କର୍ମଚାରୀମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘କୋଭିଡ ଯୋଦ୍ଧା’ ନାମ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories